୩ ହଜାରରୁ ଅଧିକ କରୋନା ରୋଗୀ ହେଲେ ଗାଏବ୍!
ବେଙ୍ଗାଲୁର,:- କର୍ଣ୍ଣାଟକରେ କରେନା ଭାଇରସର ତାଣ୍ଡବ ଜାରି ରହିଛି। ଗତ ୩ ସପ୍ତାହରେ ଏଠାରେ ରୋଗୀଙ୍କ ସଂଖ୍ୟାରେ ରେକର୍ଡ ପରିପାଣରେ ବୃଦ୍ଧି ଘଟିଛି। ରାଜ୍ୟରେ ରୋଗୀଙ୍କ ସଂଖ୍ୟା ୯୦ ହଜାର ପାର କରିସାରିଛି। ଏହା ଭିତରେ ଖବର ମିଳିଛି ଯେ, ରାଜଧାନୀ ବେଙ୍ଗାଲୁରରେ କରୋନା ସଂକ୍ରମିତ ୩୩୩୮ ରୋଗୀ ନିଖୋଜ ହୋଇଯାଇଛି। ତେବେ ସେମାନେ କୁଆଡେ୍ କଲେ ତାହାର ସନ୍ଧାନ ମିଳିପାରିନାହିଁ। ଏବେ ପ୍ରଶାସନ ତାଙ୍କର ସନ୍ଧାନରେ ଲାଗି ରହିଛି। ଯଦି ହିସାବ କରାଯାଏ ତେବେ ସହରରେ ମୋଟ କରୋନା ଭାଇରସ୍ ପଜିଟିଭ ଲୋକଙ୍କ ସଂଖ୍ୟା ୭ ପ୍ରତିଶତ ରହିଛି।
ଅଧିକାରୀଙ୍କ କହିବା ଅନୁସାରେ, ତାଙ୍କ ପାଖରେ ରୋଗୀଙ୍କୁ ଟ୍ରାକ୍ କରିବାର କୌଣସି ବାଟ ନାହିଁ। କାରଣ ରିପୋର୍ଟ ପଜିଟିଭ ଆସିପା ପରେ ଏହି ସମସ୍ତଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଥିଲା, ଏ ବିଷୟରେ ମଧ୍ୟ ଏବେ କୌଣସି ସୂଚନା ମିଳିପାରି ନାହିଁ। ବେଙ୍ଗାଲୁର ମହାନଗର ପାଳିକାର କମିଶନର ଏମ ମଞ୍ଜୁନାଇ ପ୍ରସାଦ କହିଛନ୍ତି, ଆମେ ପୋଲିସର ସାହାଯ୍ୟରେ କିଛି କରୋନା ପିଜିଟିଭ ରୋଗୀଙ୍କ ସନ୍ଧାନ ଲଗାଇ ପାରିବକୁ। କିନ୍ତୁ ୩୩୩୮ ରୋଗୀ ଏବେ ବି ଅନଟ୍ରେସେବଲ ରହିଛନ୍ତି। ବହୁ ରୋଗୀ ଭୁଲ ମୋବାଇଲ ନମ୍ବର ଓ ଠିକଣା ଦେଇଛନ୍ତି, ଯେତେବେଳେ ସେମାନଙ୍କର ରିପୋର୍ଟ ପଜିଟିଭ ଆସିଲା ସେମାନେ ଗାଏବ୍ ହୋଇଗଲେ।
ଏବେ ରୋଗୀଙ୍କ ସାମ୍ପଲ ନେବା ପୂର୍ବରୁ ସରକାର ଏହି ସବୁ ପରିଚୟ ପତ୍ର ଦେଖୁଛନ୍ତି। ଏହାଛଡ ତାଙ୍କର ମୋବାଇଲ ନମ୍ବରକୁ ମଧ୍ୟ ଭେରିଫାଏ କରାଯିବ। ଉପ-ମୁଖ୍ୟମନ୍ତ୍ରୀ ଡକ୍ଟର ଅଶ୍ବତ ନାରାୟଣ କହିଛନ୍ତି, ଆମକୁ ଏହାକୁ ସୁନିଶ୍ଚିତ କରିବାକୁ ହେବ ଯେ, ସମସ୍ତ ସଂକ୍ରମିତ ଲୋକଙ୍କ ବିଷୟରେ ସନ୍ଧାନ କରାଯାଉ ଓ ତାଙ୍କୁ କ୍ବାରେଣ୍ଟାଇନ୍ କରାଯାଉ। ଉଲ୍ଲେଖନୀୟ ଯେ, କର୍ଣ୍ଣାଟକର ବେଙ୍ଗାଲୁରରେ କରୋନାର ସବୁଠାରୁ ଅଧିକ ମାମଲା ଦେଖିବାକୁ ମିଳିଛି। ଗତ ଦୁଇ ସପ୍ତାହରେ ଏହି କରୋନା କେସ୍ ୧୬ ହଜାରରୁ ବଢି ୨୭ ହଜାର ପର୍ଯ୍ୟନ୍ତ ପହଁଞ୍ଚି ଯାଇଛି।