ଜୁଆ ଆଡ୍ଡା ଉପରେ ଚଢ଼ଉ; ପୁଲିସ୍‌ ବନ୍ଧୁକ ଛଡ଼ାଇ ନେଲେ ଲୋକେ

ପୁରୀ:- ଜୁଆ ଆଡ୍ଡା ଉପରେ ପୁଲିସ୍‌ ଚଢ଼ଉ କରିବାରୁ ଉଭୟ ପକ୍ଷ ମଧ୍ୟରେ ହୋଇଛି ଗଣ୍ଡଗୋଳ। ଧସ୍ତାଧସ୍ତିରେ ଜଣେ ASI ଓ ଜଣେ ହୋମଗାର୍ଡ ଆହତ ହୋଇଛନ୍ତି। ଏପରି ଘଟଣା ପୁରୀ ଜିଲ୍ଲା କାକଟପୁର ଥାନା ଭଣ୍ଡସାହି ଗାଁରେ ଘଟିଛି।

ପୁରୀ ଜିଲ୍ଲା କାକଟପୁର ଥାନା ଭଣ୍ଡସାହି ଗାଁରେ ଜୁଆ ଖେଳ ଚାଲିଥିବା ବେଳେ ଖବର ପାଇ ପୁଲିସ୍‌ ଚଢ଼ଉ କରିଥିଲା। ଏହି ସମୟରେ ପୁଲିସ୍‌ ସହିତ ସ୍ଥାନୀୟ ଲୋକଙ୍କର ଧସ୍ତାଧସ୍ତି ହେଲା। ଏପରିକି ଲୋକେ ପୁଲିସ୍‌ କର୍ମଚାରୀଙ୍କଠାରୁ ବନ୍ଧୁକ ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି । ଧସ୍ତାଧସ୍ତିରେ ଜଣେ ASI ଓ ଜଣେ ହୋମଗାର୍ଡ ଆହତ ହୋଇଛନ୍ତି। ପୁଲିସ୍‌ ୪ ଜୁଆଡ଼ିଙ୍କୁ ଗିରଫ କରିଛି। ପୋଲିସକୁ ଆକ୍ରମଣ ଅଭିଯୋଗରେ ଜଣେ ସରପଞ୍ଚଙ୍କ ସମେତ ୩ ଜଣ ଅଟକ ଅଛନ୍ତି । ନିମାପଡ଼ା ଏସ୍‌ଡିପିଓ ଘଟଣାର ତଦନ୍ତ କରୁଛନ୍ତି ।

Leave a Reply

Your email address will not be published. Required fields are marked *