ମୋବାଇଲ ନିଶା ନେଲା ନାବାଳକର ଜୀବନ , ଗେମ୍ ଖେଳିବାକୁ ମାଆ ମନା କରିବାରୁ ଆତ୍ମହତ୍ୟା କଲା ପଂଚମ ଶ୍ରେଣୀର ଛାତ୍ର

କଳାହାଣ୍ଡି:- ମେବାଇଲରେ ଗେମ ଖେଳିବାକୁ ମାଆ ମନା କରିବାରୁ ଆତ୍ମହତ୍ୟା କଲା ପଂଚମ ଶ୍ରେଣୀରେ ପଢୁଥିବା ଛାତ୍ର । ଏହି ଦୁଃଖଦ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅଂଚଳର ମାଲପଡା ଗାଁରେ । ଶୋଇବା ଘରୁ ୫ମ ଶ୍ରେଣୀ ଛାତ୍ର ଇଶାନ ପ୍ରଧାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରି କେସିଙ୍ଗା ମେଡିକାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ଇଶାନଙ୍କୁ ମୃତ ଘୋଷଣା କରିଛନ୍ତି ।

ସୂଚନା ଅନୁସାରେ ମୋବାଇଲରେ ଇଶାନ ସବୁ ବେଳେ ଗେମ ଖେଳୁଥିବାରୁ ମାଆ ତାକୁ ବାରଣ କରିଥିଲେ । ଗତକାଲି ରାତିରେ ମାଆ ଗେମ ଖେଳିବାକୁ ମନା କରିବାରୁ କୋମଳମତି ଇଶାନ ଆତ୍ମହତ୍ୟା କରିଥିବା ଜଣାପଡିଛି । ବାପ ଛେଉଣ୍ଡ ଇଶାନ ଘରର ଏକମାତ୍ର ପୁଅ । କେବଳ ଇଶାନ ନୁହେଁ ଆଜି ମୋବାଇଲ କିଶୋର ଓ ଯୁବ ଗୋଷ୍ଠୀଙ୍କ ପାଇଁ ବିପଦ ସାଜିଛି । ପରିବାର ଲୋକେ ପୁଅ କିମ୍ବା ଝିଅର ଭଲ ପାଇଁ ମୋବାଇଲ ଛାଡିବାକୁ ଚାପ ପକାଇଲେ ତାହା ବୁଝିନପାରି ଜୀବନ ହାରିଦେବା ଭଳି ନିଷ୍ପତି ନେବା ନିହାତି ଚିନ୍ତାଜନକ । ଏହି ଘଟଣା ଅନ୍ୟ ଅଭିଭାବକମାନଙ୍କ ପାଇଁ ମଧ୍ୟ ସତର୍କ ଘଂଟି ।

Leave a Reply

Your email address will not be published. Required fields are marked *