ପୋଲସରା ବିଧାୟକ କରୋନା ପଜିଟିଭ: ତାଙ୍କ ସ୍ତ୍ରୀ ମଧ୍ୟ ଆକ୍ରାନ୍ତ

ଭୁବନେଶ୍ୱର:-ରାଜ୍ୟର ଆଉ ଜଣେ ବିଧାୟକ କରୋନା ସଂକ୍ରମିତ ହୋଇଛନ୍ତି । ପୋଲସରା ବିଧାୟକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତାଙ୍କ ସ୍ତ୍ରୀ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିବା ନେଇ ଫୋନେ ଯୋଗେ କନକ ନ୍ୟୁଜକୁ ସୂଚନା ଦେଇଛନ୍ତି ବିଧାୟକ ଶ୍ରୀକାନ୍ତ ସାହୁ । ତେବେ ସେ ନିକଟରୁ ଗଂଜାମରୁ ଫେରିଥିବାବେଳେ ତାଙ୍କର କୋଭିଡ ପରୀକ୍ଷା କରାଯାଇଥିଲା । ସ୍ୱାବ ପରୀକ୍ଷା ପରେ ତାଙ୍କର ଏବଂ ତାଙ୍କ ପତ୍ନୀଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଛି । ଏବେ ସେ ଘରୋଇ ସଂଗରୋଧରେ ଥିବା କହିଛନ୍ତି । ପୂର୍ବରୁ ରାଜ୍ୟର ୩ ବିଧାୟକ କରୋନା ଆକ୍ରାନ୍ତ ହୋଇଥିଲେ । ନୀଳଗିରି ବିଧାୟକ, ରେମୁଣା ବିଧାୟକ ଓ ସାଲେପୁର ବିଧାୟକ କରୋନା ଆକ୍ରାନ୍ତ ହୋଇଥିଲେ ।ଅନ୍ୟପଟେ ବିଧାନସଭାରେ ପଶିଲା କରୋନା । ୫ ଜଣ କର୍ମଚାରୀ କରୋନା ଆକ୍ରାନ୍ତ ଥିବା ନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି । ଦେବୀ ମିଶ୍ରଙ୍କ ସଭାପତିତ୍ୱରେ ଯେଉଁ ବୈଠକ ବସିଥିଲା ସେଥିରେ ନୀଳଗିରି ବିଧାୟକ ଉପସ୍ଥିତ ଥିଲେ । ତା ପର ବୈଠକକୁ ବାତିଲ କରାଯାଇଥିଲା । ବୈଠକରେ ଥିବା ୧୨ ଅଫିସରଙ୍କୁ କରୋନା ପରୀକ୍ଷା ପାଇଁ କୁହାଯାଇଥିଲା । ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ପଜିଟିଭ ଆସିଛି । ସମେସ୍ତ ଘରୋଇ ସଂଗରୋଧରେ ଥିଲେ । ବିଧାନସଭାକୁ ସଂପୂର୍ଣ୍ଣ ସାନିଟାଇଜ କରାଯିବ ଏବଂ ୪ତାରିଖରେ ଖୋଲିବ ବିଧାନସଭା ।

Leave a Reply

Your email address will not be published. Required fields are marked *