ଦାଦାବଟି ନଦେବାରୁ ବ୍ୟବସାୟୀଙ୍କୁ ରଡ୍‌ରେ ପିଟିଲେ ଦୁର୍ବୃତ୍ତ,

ସମ୍ବଲପୁର:- କରୋନା ଯେତିକି କାୟା ବିସ୍ତାର କରୁଛି ତାଠାରୁ ଅଧିକ କ୍ରିୟାଶୀଳ ହୋଇଛନ୍ତି ଅପରାଧୀ ଗୋଷ୍ଠୀ । ପୋଲିସ ଏବେ କରୋନା ଡ୍ୟୁଟିରେ ବ୍ୟସ୍ତ ରହୁଥିବା ବେଳେ ଅପରାଧୀମାନେ ଏହାର ଭରପୁର ଫାଇଦା ଉଠାଉଛନ୍ତି । ସହରରେ ଘଟୁଛି ଗୋଟିଏ ପରେ ଗୋଟିଏ ଅପରାଧ ।

ସହରର ଚେରୁଆପଡାଠାରେ ଥିବା ଏକ ମାର୍କେଟ୍ କମ୍ପ୍ଲେକ୍ସ ସମ୍ମୁଖରେ ଜଣେ ବ୍ୟବସାୟୀ ଦେବାଶିଷ ପତିଙ୍କ ଉପରେ ହୋଇଛି ମରାଣାନ୍ତକ ଆକ୍ରମଣ । କିଛିଦିନ ତଳେ ଦେବାଶିଷଙ୍କୁ କିଛି ଦୁର୍ବୃତ୍ତ ଦାଦାବଟି ମାଗିଥିଲେ । କିନ୍ତୁ ଦେବାଶିଷ ତାଙ୍କ କଥା ଶୁଣିନଥିଲେ । ତେଣୁ ଦୁର୍ବୃତ୍ତମାନେ ଧମକ ଦେଇଥିଲେ । ଧମକକୁ ଖାତିର ନକରି ଦେବାଶିଷ ଗତ ୧୭ ତାରିଖରେ ମାର୍କେଟ୍ କମ୍ପ୍ଲେକ୍ସରେ ଥିବା ନିଜ ଅଫିସକୁ ଯାଇଥିଲେ । ଏହାପରେ ୪ଜଣ ଯୁବକ ଅଫିସରେ ପହଁଚି ତାଙ୍କୁ ଲୁହା ରଡରେ ଆକ୍ରମଣ କରିଥିଲେ । ଏପରିକି ଦେବାଶିଷଙ୍କୁ ସାହାଯ୍ୟ କରିବାକୁ ଆସିଥିବା ଜଣେ ବ୍ୟବସାୟୀ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ ।

ଏହି ମରଣାନ୍ତକ ଆକ୍ରମଣରେ ଦେବାଶିଷଙ୍କ ଦୁଇ ହାତ ଭାଙ୍ଗି ଯାଇଥିବା ବେଳେ ଶରୀରର ଅନ୍ୟ ସ୍ଥାନରେ ମଧ୍ୟ ଆଘାତ ଲାଗିଛି । ତାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲାରେ ଭର୍ତ୍ତି କରାଯାଇଛି ।

Leave a Reply

Your email address will not be published. Required fields are marked *