ଅଯୋଗ୍ୟ ହିତାଧିକାରୀ ଫେରାଇବେ କାଳିଆ ଟଙ୍କା

ଭୁବନେଶ୍ୱର:-ଅଯୋଗ୍ୟ ହିତାଧିକାରୀ ଫେରାଇବେ କାଳିଆ ଟଙ୍କା ।କୃଷି ଭବନରେ ବସିଥିବା ଉଚ୍ଚ ସ୍ତରୀୟ ବୈଠକ ପରେ ଏହି ସୂଚନା ଦେଇଛନ୍ତି କୃଷି ସଚିବ ସୌରଭ ଗର୍ଗ । ୫୧ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ୯୮ ପ୍ରତିଶତ ଯୋଗ୍ୟ ହିତାଧିକାରୀ । କେବଳ ୫୦ ହଜାର ଅଯୋଗ୍ୟ ହିତାଧିକାରୀ ଥିଲେ । କିଛି ହିତାଧିକାରୀ ନିଜ ଆଡୁ ଟଙ୍କା ଫେରାଇସାରିଲେଣି । ଅନ୍ୟମାନଙ୍କୁ ଟଙ୍କା ଫେରାଇବାକୁ କୁହାଯାଇଛି । ସେମାନଙ୍କୁ ଟଙ୍କା ଫେରାଇବାକୁ ବ୍ୟାଙ୍କ ଆକାଉଂଟ ନମ୍ବର ଦିଆଯାଇଛି । ସେମାନେ ସେଥିରେ ଟଙ୍କା ଫେରସ୍ତ କରିବେ ବୋଲି କୃଷି ସଚିବ କହିଛନ୍ତି ।ସେପଟେ କଂଗ୍ରେସ ବିଧାୟକ ତାରାବାହିନୀ ପତି କହିଛନ୍ତି, ଚାଷୀଙ୍କ ଠାରୁ ଟଙ୍କା ଫେରସ୍ତ କରିବା ବଦଳରେ ଯେଉଁ ଅଫିସରମାନେ ଏଥିରେ ସଂପୃକ୍ତ ଅଛନ୍ତି ଟଙ୍କା ଦେଇଛନ୍ତି ସେମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *