ଝରପଡ଼ା ଜେଲରେ ଚାଲିଛି ଗ୍ୟାଙ୍ଗଷ୍ଟର ଟିଟୋର ଖଟି,ଏକାଧିକ ଅପରାଧୀଙ୍କୁ ବସାଇ ଜେଲ ଭିତରୁ ରଚୁଛନ୍ତି ଷଡ଼ଯନ୍ତ୍ର

ଭୁବନେଶ୍ୱର :-ଝରପଡ଼ା ଜେଲ ଭିତରେ ଗ୍ୟାଙ୍ଗଷ୍ଟର ଟିଟୋର ଦରବାର ଚାଲିଛି। ସେ ଯାହା କହୁଛନ୍ତି ତାକୁ ଅନ୍ୟ କଏଦୀ ଏବଂ ଜେଲ କର୍ମଚାରୀ ମାନୁଛନ୍ତି।  ଜେଲର ସ୍ୱତନ୍ତ୍ର ସେଲରେ ଥିବା ଗ୍ୟାଙ୍ଗଷ୍ଟର ଟିଟୋ ତାର ଦବଦବା ଜାରି ରଖିଛି । ସବୁବେଳେ ୮ ରୁ ୧୦ ଅପରାଧୀଙ୍କୁ ନେଇ ଜେଲ ପରିସରରେ ଥିବା ଏକ ମଣ୍ଡପରେ ଏହି ଖଟି ଚାଲୁଛି। ଜେଲ କତ୍ତୃପକ୍ଷ ତାଙ୍କୁ ଖଟି କରିବା ପାଇଁ ସେଲରୁ ବାହାରକୁ ଛାଡ଼ୁଛନ୍ତି। କେଵଳ ଟିଟୋ ନୁହେଁ ତାର ଅନ୍ୟ ସହ ଯୋଗୀମାନେ ମଧ୍ୟ ଆସି ସେଠାରେ ବସୁଛନ୍ତି। ସେମାନଙ୍କୁ ବସାଇ ଟିଟୋ ଜେଲ ଭିତରକୁ ବାହାର ଅପରାଧର ସମୀକ୍ଷା କରିଛନ୍ତି। କେତେ ବେଳେ ଖଟି ଚାଲୁଛି ତ କେତେବେଳେ ଠାକୁର ପୂଜା । କରୋନା ଆତଙ୍କ ବେଳେ ନା ଅଛି ମାସ୍କ, ନା ଅଛି ସାମାଜିକ ଦୂରତା । ଜେଲ ଭି5 ଟିଟୋ ଖଟି କରୁଥିବାର ଭିଡିଓ ଭାଇରାଲ ହେବାପରେ ଅଡୁଆରେ ଜେଲ ବିଭାଗ। କିଭଳି ଜେଲ ଭିତରକୁ ମୋବାଇଲ ଯାଉଛି। କିଏ ଏହି ମୋବାଇଲ ଦେବାରେ ସହଯୋଗ କେରୁଛି। ଜେଲ ଭିତରୁ ମିଳିଥିବା ସୂଚନା ଅନୁଯାୟୀ, ଟଙ୍କା ଜେଲ କର୍ମଚାରୀଙ୍କୁ ଦେଲେ ସବୁ ମିଳି ଯାଉଛି। ଗଞ୍ଜେଇ, ବ୍ରାଉନ ସୁଗାର, ମୋବାଇଲ, ଗୁଟୁଖା ଆଦି। ଅନେକ ସମୟରେ କଏଦୀମାନେ ଜେଲ ଭିତରୁ ଫେସବୁକ, ହ୍ଵାଟ୍ସଆପ, ଇନ୍ଟଗ୍ରାମ ଆଦି ବ୍ୟବହାର କରୁଛନ୍ତି। ନିକଟରେ  ଗୁଗୁଲ ପେ ରେ ଟଙ୍କା ଦେଲେ ଘର ଲୋକଙ୍କ ସହ ଫୋନରେ କଥା କରେଇ ଦେବାକୁ କେତେକ କଏଦୀ ଫୋନ ଦେଉଛନ୍ତି।ସବୁ ଥର ପରି ଥାନାରେ ମାମଲା ହେଉଛି କିନ୍ତୁ ଫଳ ସୁନ। ପ୍ରଶ୍ନ ଉଠୁଛି ହାଇସିକ୍ୟୁରିଟି ଭିତରେ ଥିବା ଜେଲରେ ଅପରାଧୀମାନେ ଏକାଠି ହୋଇ ମନ୍ତ୍ରଣା କରୁଛନ୍ତି କେମିତି ? ଆଉ ଜେଲରେ ନିଷିଦ୍ଧ ଥିବା ମୋବାଇଲରେ ଏସବୁର ଭିଡିଓ ଉତୋଳନ ହେଉଛି କେମିତି ?  ଏନେଇ ଜେଲ ଅଧିକାରୀ କହିଛନ୍ତି ଯେ, ଆମେ ଏନେଇ ଲଷ୍ମୀସାଗର ଥାନାରେ ଏକ ଅଭିଯୋଗ ଦେଇଛୁ। ପୋଲିସ ଏହି ଘଟଣାର ତଦନ୍ତ କରିବ। କିଭଳି ଭିଡିଓ ପଦାକୁ ଆସିଲା। କିଏ ଜେଲ ଭିତରକୁ ମୋବାଇଲ ନେଲା। କେହି ଜେଲର କର୍ମଚାରୀ ମୋବାଇଲରେ ଏହାକୁ ରେକଡ଼ିଂ କରି ନାହାନ୍ତି ତ । ଏ ସବୁ ତଦନ୍ତ କରିବା ପରେ ଜଣା ପଡିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ।

Leave a Reply

Your email address will not be published. Required fields are marked *