ଅଷ୍ଟ୍ରେଲିଆ ଟୁର ଲାଗି ଟିମ୍‌ ଇଣ୍ଡିଆ ମନୋନୀତ, ୨୬ ସଦସ୍ୟଙ୍କ ମଧ୍ୟରେ ନାହାନ୍ତି ଏମ.ଏସ୍.ଧୋନୀ

ମୁମ୍ବାଇ :-ଚଳିତବର୍ଷ ଶେଷରେ ଅଷ୍ଟ୍ରେଲିଆ ଟୁରରେ ଯିବ ଟିମ୍‌ ଇଣ୍ଡିଆ। ଏଥିଲାଗି ଏମ.ଏସ୍.କେ.ପ୍ରସାଦ ଟିମ୍‌ ମୋନୋନୀତି କରିଥିବା ବେଳେ ଏଥିରେ ୨୬ ଜଣଙ୍କୁ ଚୟନ କରିଛନ୍ତି। ତେବେ ପୂର୍ବତନ କ୍ୟାପ୍ଟେନ ତଥା ୱିକେଟ୍ କିପର ଓ ବ୍ୟାଟସ୍‌ମ୍ୟାନ ଏମ.ଏସ୍.ଧୋନୀ ଏଥିରୁ ବାଦ ପଡିଛନ୍ତି। ଏହି ଗସ୍ତରେ ଟିମ୍‌ ଇଣ୍ଡିଆ ଘରୋଇ ଅଷ୍ଟ୍ରେଲିଆ ସହ ୩ଟି ମ୍ୟାଚ୍‌ର ଟେଷ୍ଟ ସିରିଜ୍ ଖେଳିବାକୁ ଥିବା ବେଳେ ସମାନ ସଂଖ୍ୟକ ୱାନଡେ ମ୍ୟାଚ୍‌ ଖେଳିବ।

ଡିସେମ୍ବର ୩ ତାରିଖରୁ ବ୍ରିସବେନ୍‌ରେ ପ୍ରଥମ ଟେଷ୍ଟ ଖେଳାଯିବ। ଦ୍ୱିତୀୟ ଟେଷ୍ଟ ଆଡିଲେଡ୍‌ରେ ଡିସେମ୍ବର ୧୧ରୁ ଆରମ୍ଭ ହେବାକୁ ଥିବା ବେଳେ ୨୬ ଡିସେମ୍ବରରେ ତୃତୀୟ ଟେଷ୍ଟ ମେଲବର୍ଣ୍ଣରେ ଖେଳାଯିବ। ଟିମ୍‌ ଇଣ୍ଡିଆର ଅଷ୍ଟ୍ରେଲିଆ ଟୁରକୁ ବିଶ୍ୱବ୍ୟାପୀ ଅସଂଖ୍ୟ କ୍ରିକେଟ୍ ପ୍ରେମୀ ଅପେକ୍ଷା କରି ରହିଛନ୍ତି। ଏଣୁ ଏହି ଗସ୍ତ ଲାଗି ଟିମ୍‌ ଚୟନ କର୍ତ୍ତା ଏମ.ଏସ୍.କେ. ପ୍ରସାଦ ଏକ ବଡ ଟିମ୍‌ ଚୟନ କରିଛନ୍ତି। ପ୍ରମୁଖ ଖେଳାଳିଙ୍କ ସମେତ ଟିମ୍‌ ‘ଏ’  ଖେଳାଳିଙ୍କୁ ମଧ୍ୟ ବାଛିଛନ୍ତି। ୨୬ସଦସୀୟ ଟିମ୍‌ରେ କିନ୍ତୁ ଧୋନୀଙ୍କୁ ରଖି ନାହାନ୍ତି ପ୍ରସାଦ।

ତେବେ ମନୋନୀତ ଖେଳାଳିମାନେ ଟେଷ୍ଟ ଏବଂ ୱାନଡେରେ ଖେଳିବେ ବୋଲି ପ୍ରସାଦ କହିଛନ୍ତି। ପ୍ରସାଦ ଟିମ୍‌ ଲାଗି ଓପ୍ନର ଭାବେ ରୋହିତ ଶର୍ମା, ପୃଥିବୀ ଶ ଓ କେ.ଏଲ.ରାହୁଲଙ୍କୁ ମନୋନୀତ କରିଥିବା ବେଳେ ମଧ୍ୟକ୍ରମରେ ବ୍ୟାଟିଂ ଲାଗି ବିରାଟ କୋହଲୀ. ଆଜିଙ୍କ୍ୟ ରାହାଣେ, ଚେତେଶ୍ୱର ପୂଜାରା, ହନୁମା ବିହାରୀ, ଶୁଭମନ ଗିଲ ଓ ଶ୍ରେୟସ ଆୟରଙ୍କୁ ରଖିଛନ୍ତି।

Leave a Reply

Your email address will not be published. Required fields are marked *