ସୁସ୍ଥ ହେଲେ ଆଉ ୬୪୩ ଜଣ କରୋନା ଆକ୍ରାନ୍ତ,

ଭୁବନେଶ୍ୱର:  ସୁସ୍ଥ ହେବାରେ ଲାଗିଛନ୍ତି କରୋନା ଆକ୍ରାନ୍ତ । ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ସୁସ୍ଥତା ମଧ୍ୟ ବଢ଼ଛି । ଆଜି ଆଉ ୬୪୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ଏଥିସହ ରାଜ୍ୟରେ ସୁସ୍ଥତା ସଂଖ୍ୟା ୧୪ ହଜାର ୩୯୩ରେ ପହଞ୍ଚିଛି ।ଆଜି ଗଞ୍ଜାମରୁ ସର୍ବାଧିକ ୪୦୭ ଜଣ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୪୪ ଜଣ, ବାଲେଶ୍ୱରରୁ ୩୧, ମୟୂରଭଞ୍ଜରୁ ୨୮, କଟକରୁ ୨୭, ଜଗତସିଂହପୁରରୁ ୧୫, ବରଗଡ଼ରୁ ୧୪, କନ୍ଧମାଳରୁ ୧୪, ଢ଼େଙ୍କାନାଳରୁ ୧୧, କେନ୍ଦୁଝରରୁ ୧୧, ଭଦ୍ରକରୁ ୮, ଗଜପତିରୁ ୬, ବଲାଙ୍ଗିର ଓ ଝାରସୁଗୁଡ଼ାରୁ ୫ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ଯାଜପୁର ଏବଂ ସୁନ୍ଦରଗଡ଼ରୁ ୪ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ସେହିଭଳି କେନ୍ଦ୍ରାପଡ଼ା ଏବଂ କୋରାପୁଟରୁ ୩ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ସମ୍ବଲପୁରରୁ ୨ ଏବଂ ଅନୁଗୁଳରୁ ଜଣେ ସୁସ୍ଥ ହୋଇଛନ୍ତି ।ଗତ ୨୪ ଘଣ୍ଟାରେ ୧୨୬୪ ଜଣ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୧ ହଜାର ୦୯୯ରେ ପହଞ୍ଚିଛି । ଆଜି ୬୪୩ ଜଣ ସୁସ୍ଥ ହେବା ପରେ ଆରୋଗ୍ୟ ସଂଖ୍ୟା ୧୪ ହଜାର ୩୯୩ରେ ପହଞ୍ଚିଛି । ଯେତେବେଳେ କି ୧୧୪ ଜଣ କୋଭିଡ୍ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

Leave a Reply

Your email address will not be published. Required fields are marked *