ରାଜସ୍ଥାନ ବାଚସ୍ପତିଙ୍କୁ ଝଟକା, ହାଇକୋର୍ଟ ନିଷ୍ପତି ଉପରେ ରୋକ ଲଗାଇବା ପାଇଁ ମନା କରିଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ;-ରାଜସ୍ଥାନ ମାମଲାରେ ସୁପ୍ରିମକୋର୍ଟ ରାଜସ୍ଥାନ ହାଇକୋର୍ଟଙ୍କ ନିଷ୍ପତ୍ତିରେ ରୋକ ଲଗାଇବାକୁ ମନା କରି ଦେଇଛନ୍ତି । ଅର୍ଥାତ୍ ରାଜସ୍ଥାନ ହାଇକୋର୍ଟ ପୂର୍ବରୁ ନିର୍ଦ୍ଧାରିତ କରିଥିବା ଶୁକ୍ରବାର ଦିନ ହିଁ ନିଜ ରାୟ ପ୍ରଦାନ କରିପାରିବେ । ଗୁରୁବାର ଦିନ ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି ଯେ ହାଇକୋର୍ଟଙ୍କ ନିଷ୍ପତ୍ତି ପ୍ରଥମେ ଆସିବା ଉଚିତଏହା ପରେ ସୋମବାର ପୁଣି ଶୁଣାଣି ହେବ । ରାଜସ୍ଥାନ ବିଧାନସଭା ବାଚସ୍ପତିଙ୍କ ପକ୍ଷରୁ ମାମଲା ଲଢୁଥିବା କପିଲ ସିବଲ ଯୁକ୍ତି ବାଢିଥିଲେ ଯେ ହାଇକୋର୍ଟ ଦେଇଥିବା ନିଷ୍ପତି ଉପରେ ରୋକ ଲଗାଯାଉ, ବିଧାନସଭାର ବାଚସ୍ପତି କୌଣସି ନିର୍ଣ୍ଣୟ କି ନିଷ୍ପତି ନେବା ପୂର୍ବରୁ କୌଣସି ନ୍ୟାୟଳୟ ଏଥିରେ ହସ୍ତକ୍ଷେପ କରିବା ଉଚିତ ନୂହେଁ ବୋଲି ସୁପ୍ରିମକୋର୍ଟରେ କପିଲ ସିବଲ ଯୁକ୍ତି ବାଢିଥିଲେ।

Leave a Reply

Your email address will not be published. Required fields are marked *