ଚମଡ଼ା ଖୋଳ, ପିସ୍ତଲ ସହ ଶ୍ରୀମନ୍ଦିର ପ୍ରବେଶ
ପୁରୀ,:-ନୂତନ ଏସ୍ପି ଅଖିଳେଶ୍ୱର ସିଂହ ସୋମବାର ପୁରୀ ଆସିବା ପରେ ପ୍ରଥମେ ଶ୍ରୀମନ୍ଦିର ଦର୍ଶନ କରିଥିଲେ । ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରବେଶ ପୂର୍ବରୁ ଏସ୍ପି ନିଜର ଚମଡ଼ା ବେଲ୍ଟ, ଜୋତା ଆଦି ବାହାର କରିଥିଲେ । ହାତକୁ ସାନିଟାଇଜ କରିଥିଲେ ।
ତାଙ୍କ ସହ ଶ୍ରୀମନ୍ଦିର ଯାଇଥିବା ଜିଲ୍ଲାର ଅଫିିସରମାନେ ବେଲ୍ଟ ନ ଖୋଲି ମନ୍ଦିର ପ୍ରବେଶ କରିଥିଲେ । କିନ୍ତୁ ଏସ୍ପିଙ୍କ ସୁରକ୍ଷା କର୍ମୀ ଚମଡ଼ା ବେଲ୍ଟ ପିନ୍ଧିଥିଲେ । ଅଣ୍ଟାରେ ଚମଡ଼ା ଖୋଳରେ ଏକ ପିସ୍ତଲ ସହ ଶ୍ରୀମନ୍ଦିର ପ୍ରବେଶ କରିଥିଲେ । ଏହି ଦୃଶ୍ୟକୁ ଗଣମାଧ୍ୟମ ଭିଡିଓ କ୍ୟାମେରା ଏବଂ ଷ୍ଟିଲ କ୍ୟାମେରା ରେକର୍ଡ କରିଥିଲା । ଏହି ଫଟୋ ଆଜି ସହରରେ ଚର୍ଚ୍ଚାର ବିଷୟ ହୋଇଥିଲା ।