ଆଜି ରାଜ୍ୟ ମନ୍ତ୍ରୀପରିଷଦ ବୈଠକ, କରୋନା ସ୍ଥିତିକୁ ଦେଖି ଆସିପାରେ ବଡ ନିଷ୍ପତ୍ତି
ଭୁବନେଶ୍ୱର:-ଆଜି ସନ୍ଧ୍ୟାରେ ବସିବ ରାଜ୍ୟ ମନ୍ତ୍ରୀପରିଷଦ ବୈଠକ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅପରାହ୍ନ ୫ଟାରେ ବସିବ ବୈଠକ । ରାଜ୍ୟରେ କରୋନା ସ୍ଥିତିକୁ ଦେଖି ମନ୍ତ୍ରୀ ପରିଷଦରେ କିଛି ବଡ ନିଷ୍ପତ୍ତି ନେଇପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ତେବେ ଆଜି ବସିବାକୁ ଥିବା ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ନବୀନ ନିବାସରୁ ଭିଡିଓ କନଫରେନ୍ସିଂ ଜରିଆରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ବରେର ଥିବା ମନ୍ତ୍ରୀମାନ ଲୋକସେବା ଭବନ ଓ ଜିଲ୍ଲାରେ ଥିବା ଅନ୍ୟ ମନ୍ତ୍ରୀମାନେ ଜିଲ୍ଲାପାଳଙ୍କ ଭିଡିଓ କନଫରେନସିଂ ପ୍ରକୋଷ୍ଠରୁ ବୈଠକରେ ସାମିଲ ହେବେ। ରାଜ୍ୟରେ ଯେଭଳି ଭାବରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ତାହାକୁ ଦୃଷ୍ଟିରେ ରଖି କିଛି ବଡ଼ ନିଷ୍ପତ୍ତି ହେବାର ଆଶଙ୍କା ରହିଛି ।