କରୋନାରୁ ସୁସ୍ଥ ହୋଇ ଫେରିଲେ ଯାଜପୁର ତହସିଲଦାର
ଯାଜପୁର :-କରୋନାରୁ ସୁସ୍ଥ ହୋଇ ଫେରିଲେ ଯାଜପୁର ତହସିଲଦାର । ଯାଜପୁର ତହସିଲଦାର ସୁଶାନ୍ତ କୁମାର ପତି ସରକାରଙ୍କ କୋରୋନା ମୁକାବିଲାରେ ଦାୟିତ୍ବନିର୍ବାହ କରୁଥିଲେ । ଏହି ସମୟରେ କୋରୋନା ପଜିଟିଭ୍ ଚିହ୍ନଟ ପରେ କୋଭିଡ୍ କେୟାର ହସପିଟାଲରେ ଭର୍ତ୍ତି ହୋଇଥିଲେ ।
ସୂଚନା ଅନୁଯାୟୀ ଯାଜପୁର ତହସିଲଦାର କରୋନା ମହାମାରୀ ସମୟରେ ଯାଜପୁର ଜିଲ୍ଲାରେ ଏକ ପ୍ରମୁଖ କୋରୋନା ଯୋଦ୍ଧା ଭାବେ କାର୍ଯ୍ୟ କରୁଥିଲେ । କିଭଳି ଭାବରେ ନିଜ ତହସିଲ ଅଞ୍ଚଳର ଲୋକମାନେ କୋରୋନା ମୁକ୍ତ ହେବେ ଏଥିପାଇଁ ସେ ଦିନରାତି ଏକ କରି କାମ କରୁଥିଲେ । ତାଙ୍କ ସ୍ବାବ୍ ରିପୋର୍ଟ ପଜିଟିଭ୍ ଚିହ୍ନଟ ହୋଇଥିଲା । ଏହି ଖବର ପାଇବା ପରେ ଜିଲ୍ଲା ପ୍ରଶାସନଠୁ ଆରମ୍ଭ କରି ଜନସାଧାରଣ ପର୍ଯ୍ୟନ୍ତ ସମସ୍ତେ ଚିନ୍ତାରେ ପଡିଯାଇଥିଲେ । କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ତହସିଲଦାରଙ୍କୁ ତୁରନ୍ତ ଟାଟା ମେଡିକାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଦୀର୍ଘ ୮ ଦିନ ଧରି ଚିକିତ୍ସା ହେବା ପରେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କୋଭିଡ୍ ହସପିଟାଲରେ ୮ଦିନ ଧରି ହୋଇଥିବା ଚିକିତ୍ସା ବ୍ୟବସ୍ଥା ଓ ସେଠାକାର ଡାକ୍ତର, ନର୍ସ ଓ ଖାଦ୍ୟପେୟ ବିଷୟରେ କହିଛନ୍ତି । ଏହାସହ କରୋନା ସହିତ ଲଢିବାର ଅନୁଭୁତି ବଖାଣିଛନ୍ତି ଏବଂ କରୋନାକୁ ନେଇ ଲୋକଙ୍କୁ ସଚେତନ ହେବା ପାଇଁ କହିଛନ୍ତି । ସରକାରଙ୍କ ଗାଇଡ୍ ଲାଇନ୍ ମାନିବା ସହ ମାସ୍କ, ସାନିଟାଇଜର ବ୍ୟବହାର କରିବା ପାଇଁ କହିଛନ୍ତି ।