ଅଭିନେତ୍ରୀ ଐଶ୍ବର୍ଯ୍ୟା ଅର୍ଜୁନଙ୍କୁ କରୋନା
ମୁମ୍ବାଇ;-ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଐଶ୍ବର୍ଯ୍ୟା ଅର୍ଜୁନ କରୋନାରେ ସଂକ୍ରମିତ ହୋଇଛନ୍ତି। ସେ ଇନଷ୍ଟା ଷ୍ଟୋରିରେ ନିଜ କୋଭିଡ-୧୯ ପଜିଟିଭ ହେବାର ସୂଚନା ଦେଇଛନ୍ତି। ପ୍ରଶଂସକ ତାଙ୍କ ଶୀଘ୍ର ଆରୋଗ୍ୟ ହେବାର କାମନା କରୁଛନ୍ତି।
ଐଶ୍ବର୍ଯ୍ୟା ପୋଷ୍ଟରେ ଲେଖିଛନ୍ତି- ନିକଟରେ ତାଙ୍କର କରୋନା ଟେଷ୍ଟ ପଜିଟିଭ ଆସିଛି। ସେ ଘରେ କ୍ବାରେଣ୍ଟାଇନରେ ଅଛନ୍ତି। ମେଡିକାଲ୍ ଟିମ୍ ଦ୍ବାରା ଦିଆ ଯାଇଥିବା ସମସ୍ତ ନିୟମର ଠିକଭାବେ ପାଳନ କରୁଛନ୍ତି। ଯଦି କେହି ବି ତାଙ୍କ ସଂସ୍ପର୍ଶରେ ଆସିଥାନ୍ତି ତେବେ ନିଜର ଧ୍ୟାନ ରଖନ୍ତୁ। ସୁରକ୍ଷିତ ରୁହନ୍ତୁ ଏବଂ ନିଶ୍ଚୟ ମାସ୍କ ପିନ୍ଧନ୍ତୁ। ନିଜ ଉତ୍ତମ ସ୍ବାସ୍ଥ୍ୟ ସହ ସେ ପୁଣି ଥରେ ସମସ୍ତଙ୍କ ସହ ଯୋଗାଯୋଗ କରିବେ।
ଐଶ୍ବର୍ଯ୍ୟା ଜଣାଶୁଣା ଦିଗ୍ଗଜ ତାମିଲ,ତେଲୁଗୁ ଏବଂ କନ୍ନଡ଼ ଅଭିନେତା-ଫିଲ୍ମମେକର ଅର୍ଜ୍ଜୁନ ସରଜାଙ୍କ ଝିଅ। ତାଙ୍କୁ ପ୍ରଶଂସକ ଆକ୍ସନ୍ କିଙ୍ଗ୍ ମଧ୍ୟ କୁହନ୍ତି। ସୋସିଆଲ୍ ମିଡିଆରେ ପ୍ରଶଂସକ ଐଶ୍ବର୍ଯ୍ୟାଙ୍କ ଶୀଘ୍ର ଆରୋଗ୍ୟ ହେବାକୁ ମ୍ୟାସେଜ କରୁଛନ୍ତି। ଐଶ୍ବର୍ଯ୍ୟାଙ୍କ ପୂର୍ବରୁ ଅର୍ଜ୍ଜୁନ ସରଜାଙ୍କ ପୁତୁରା ଧ୍ରୃବ ସରଜା ଏବଂ ତାଙ୍କ ପତ୍ନୀଙ୍କୁ କରୋନା ହୋଇଥିଲା। ଐଶ୍ବର୍ଯ୍ୟା ଦିବଂଗତ ଅଭିନେତା ଚିରଞ୍ଜିବୀ ସରଜାଙ୍କ କଜିନ୍। ଚୀରଞ୍ଜିବୀ ସରଜାଙ୍କ ଜୁନ୍ ୭ତାରିଖରେ ହୃଦଘାତରେ ପରଲୋକ ହୋଇଥିଲା।