ପ୍ରେମିକା ଘର ଆଗରେ ସବ୍-ଇନିସପେକ୍ଟର ସ୍ବାମୀଙ୍କୁ ବିଚ୍ ରାସ୍ତାରେ ପିଟିଲେ ସ୍ତ୍ରୀ ?

 ଜଲନ୍ଧର:-ଜଲନ୍ଧର ପୋଲିସର ଜଣେ ସବ୍-ଇନିସପେକ୍ଟର ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ହୋଇଥିବା ବିବାଦର ଏକ ଭିଡିଓ ଭାଇରାଲ୍ ହୋଇଛି। ଏହି ଭିଡିଓରେ ସବ୍-ଇନିସପେକ୍ଟରଙ୍କ ପତ୍ନୀ ତାଙ୍କ ଉପରେ ଗୁରୁତର ଅଭିଯୋଗ କରୁଥିବାବେଳେ ସବ୍ ଇନିସ୍ପେକ୍ଟର ମଧ୍ୟ ନିଜ ବୟାନରେ ପତ୍ନୀଙ୍କ ବିରୋଧରେ ଘରେ ବୟସ୍କା ମା ଏବଂ ପୂରା ପରିବାରକୁ ହଇରାଣ କରୁଥିବା ଅଭିଯୋଗ ଆଣିଛନ୍ତି।

ଏହି ଭିଡିଓ ଶହୀଦ ବାବା ଦୀପ ସିଂହ ନଗରର। ସବ୍ ଇନିସପେକ୍ଟର ଜଣକ ଘରେ ଥିଲେ ଏବଂ ତାଙ୍କ ପତ୍ନୀ ସେଠାରେ ପହଞ୍ଚି ତାଙ୍କୁ ଦେଖି ରାଗି ଯାଇଥିଲେ। ସେ ତାଙ୍କ ସ୍ବାମୀ ବିରୋଧରେ ସେହି ଘରେ ରହୁଥିବା ମହିଳାଙ୍କ ସହ ସମ୍ବନ୍ଧ ଥିବା ଅଭିଯୋଗ କରିଥିଲେ। ତାଙ୍କ ପତ୍ନୀଙ୍କ କହିବା ଅନୁସାରେ ତାଙ୍କ ସ୍ବାମୀ ଅଧିକାଂଶ ସମୟରେ ସେହି ଘରକୁ ଯାଆନ୍ତି ଯାହା ଫଳରେ ସେ ଦୀର୍ଘ ୪-୫ବର୍ଷରୁ ସତ କ’ଣ ଜାଣିବାକୁ ତାଙ୍କ ପଛେ ପଛେ ଏଠାକୁ ଆସିଛନ୍ତି।

ଅନ୍ୟ ପଟେ ସବ୍ ଇନିସପେକ୍ଟର ଅଭିଯୋଗ ଆଣିଛନ୍ତି ଯେ ତାଙ୍କ ପତ୍ନୀ ତାଙ୍କ ୮୫ବର୍ଷ ବୃଦ୍ଧା ମାଆଙ୍କୁ ମାନସିକ ନିର୍ଯାତନା ଦେଉଛନ୍ତି। ତାଙ୍କ ପରିବାରକୁ ମଧ୍ୟ ସେ ହଇରାଣ କରୁଛନ୍ତି ଯେପରିକି ସେ ଘରର ରେଜିଷ୍ଟ୍ରି ଟଙ୍କା ପାଇଁ ବନ୍ଧକ ରଖିଛନ୍ତି। ସବ୍ ଇନିସପେକ୍ଟର କହିଛନ୍ତି ଯେ ସେ ଏବେ ସୁଦ୍ଧା ତାଙ୍କ ପତ୍ନୀଙ୍କ ୨୫ଲକ୍ଷ ଟଙ୍କାର କରଜ ସୁଝି ସାରିଛନ୍ତି। ସେ କହିଛନ୍ତି ଯେ ଯେଉଁ ଘରକୁ ସେ ଯାଇଥିଲେ ତାହା ତାଙ୍କ ଜର୍ମାନୀରେ ରହୁଥିବା ବନ୍ଧୁଙ୍କର ଯିଏ ଏବେ ଏଠାରେ ରହୁଛନ୍ତି ଏବଂ ସେ କହିଥିବାରୁ ସେ କିଛି ଜିନିଷ ଦେବାକୁ ତାଙ୍କ ଘରକୁ ଯାଇଥିଲେ l

Leave a Reply

Your email address will not be published. Required fields are marked *