ଅମ୍ଫାନରେ ଜନ୍ମନେଲେ ୬୦ ଶିଶୁ

ଭଦ୍ରକ: ବାତ୍ୟା ‘ଅମ୍ଫାନ’ ସମୟରେ ସୁରକ୍ଷିତ ମାତୃତ୍ବକୁ ପ୍ରାଥମିକତା ଦିଆଯାଇଥିଲା। ଭଦ୍ରକରେ ଗତକାଲି ଓ ଆଜି ମଧ୍ୟରେ ୨୧୮ ଗର୍ଭବତୀଙ୍କୁ ସୁରକ୍ଷିତ ଭାବେ ସେମାନଙ୍କ ଅଞ୍ଚଳର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଦୁଇ ଦିନ ମଧ୍ୟରେ ୬୦ ଶିଶୁ ସୁରକ୍ଷିତ ଭାବେ ଜନ୍ମ ହୋଇଛନ୍ତି।

ଗତକାଲି ୪୩ ଶିଶୁ ଜନ୍ମ ହୋଇଥିବା ବେଳେ ଆଜି ୧୭ଟି ଶିଶୁ ଜନ୍ମ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଧୁଷୁରୀ ଅଞ୍ଚଳର ଶୁଭକାନ୍ତି ସାହୁ ନାମକ ଜଣେ ମହିଳା ଜାଆଁଳା ଶିଶୁଙ୍କୁ ଜନ୍ମ ଦେଇଥିଲେ। ମାଆ ଓ ଛୁଆଙ୍କର ଫଟୋକୁ ଜିଲ୍ଲାପାଳ ନିଜ ଟ୍ବିଟର ଆକାଉଣ୍ଟରେ ସେୟାର କରିଛନ୍ତି। ସ୍ଥାନୀୟ ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ ଓ ଅନ୍ୟ ସ୍ବାସ୍ଥ୍ୟ କର୍ମଚାରୀଙ୍କ ସହାୟତାରେ ଏମାନଙ୍କୁ ସୁରକ୍ଷିତ ଭାବେ ଡାକ୍ତରଖାନାକୁ ନିଆଯାଇଥିଲା। ୬ଟି ସ୍ବାସ୍ଥ୍ୟକେନ୍ଦ୍ରରେ ନବଜାତ ୬୦ଟି ଶିଶୁ ସୁରକ୍ଷିତ ଅଛନ୍ତି।

Leave a Reply

Your email address will not be published. Required fields are marked *