ମାଛ ଗୋଦାମ ମାଲିକ କରୋନା ପଜେଟିଭ୍- ୭ ଦିନ ପାଇଁ ବାଲୁଗାଁ ମାଛ ମାର୍କେଟ ସିଲ୍
ବାଲୁଗାଁ ଟାଙ୍ଗୀ:-ବାଲୁଗାଁ ଚିଲିକା ବ୍ୟବସାୟ ସ୍ଥଳୀରୁ ଜଣେ ମାଛ ଗୋଦାମ ବ୍ୟବସାୟୀ କରୋନା ପଜେଟିଭି ବାହାରି ଥିବାରୁ ସେହି ଗୋଦାମ ଟିକୁ ସମ୍ପୂର୍ଣ୍ଣ ଭାବେ ସିଲ କରିବା ସହ ବ୍ୟବସାୟ ସ୍ଥଳୀକୁ ସାତ ଦିନ ପାଇଁ ସଟ୍ ଡାଉନ ଘୋଷଣା କରାଯାଇଛି ।ଗୋଦାମ ରେ ଥିବା ମାଛ ଗୁଡିକ ନଷ୍ଟ କରାଯାଇଛି ଏବଂ ଉକ୍ତ ଅଞ୍ଚଳ ଗୁଡିକୁ ସାନିଟାଇଜ କରି ବିଶୋଧନ କରାଯାଇଛି।
ଏହି ପରିପ୍ରେକ୍ଷୀରେ ଶନିବାରରେ ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକ ଏକ ଟିମ ନେଇ ବାଲୁଗାଁ, ବାଣପୁର ଏବଂ ଏହାର ଆଖ ପାଖ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି।ଏଥିରେ ଚିଲିକା ତହସିଲଦାର, ବାଲୁଗାଁ ଏସ୍ଡିପିଓ, ବାଲୁଗାଁ ଏବଂ ବାଣପୁର ପୋଲିସ ସହଯୋଗ କରିଥିଲେ।