ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାର ସିବିଆଇ ଯାଞ୍ଚ ହେଉ – ନିର୍ଭୟାଙ୍କ ଓକିଲ ମୋଦିଙ୍କୁ କଲେ ଟ୍ୱିଟ୍‌

ମୁମ୍ୱାଇ:-ସୁଶାନ୍ତ  ସିଂହ ରାଜପୁତଙ୍କ ମୃତ୍ୟୁକୁ ଏକ ମାସରୁ ଅଧିକ ସମୟ ହୋଇ ଗଲାଣି। ମୁମ୍ୱାଇ ପୁଲିସ୍‌ ତାଙ୍କର ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ବାହାର କରିପାରି ନାହିଁ । ସୁଶାନ୍ତଙ୍କ ପ୍ରଶଂସକ ଲଗାତାର  ସିବିଆଇ ଯାଞ୍ଚ କରିବାକୁ ଦାବି କରିଛନ୍ତି । ଏବେ ନିର୍ଭୟାଙ୍କର ଓକିଲ ସୀମା ସମ୍ରିଦ୍ଧି ସୁଶାନ୍ତଙ୍କ ପାଇଁ ଟ୍ୱିଟ୍‌ କରିଛନ୍ତି। ସେ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦିଙ୍କୁ ଲେଖିଛନ୍ତି ଏହି କେସ୍‌ ସିବିଆଇକୁ ଦିଆଯାଉ।

ନିର୍ଭୟାଙ୍କର ଓକିଲ ସୀମା କୁଶୱାହା  ସମ୍ରିଦ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟ୍ୱିଟ୍‌ କରି ଛନ୍ତି । ସେ ଲେଖିଛନ୍ତି ,  ମାନନୀୟ,  ପ୍ରଧାନମନ୍ତ୍ରୀ ଜି  ସୁଶାନ୍ତ ସିଂହଙ୍କର ମୃତ୍ୟୁର ସତ ଜାଣିବାକୁ ସବୁ ଭାରତୀୟ ମାନଙ୍କର ଅଧିକାର ରହିଛି ।  କିନ୍ତୁ ଏକ ମାସରୁ ଅଧିକ ସମୟ ବିତିଗଲା ପରେ ବି ମୁମ୍ୱାଇ ପୁଲିସ୍‌  ସତ ସାମନାକୁ ଆଣିବାରେ  ଅସଫଳ ହୋଇଛି । ଆପଣଙ୍କୁ ଅନୁରୋଧ ଆମ ସମସ୍ତଙ୍କର ପସନ୍ଦର ଅଭିନେତାଙ୍କର କେସ୍‌ ସିବିଆଇକୁ ଦିଅନ୍ତୁ ।

ସୁଶାନ୍ତ ସିଂହ  ରାଜପୁତଙ୍କ ପ୍ରଶଂସକ ଏହା ମାନିବାକୁ ପ୍ରସ୍ତୃତ ନୁହନ୍ତି ଯେ, ସେ ଆତ୍ମହତ୍ୟା କରିଥିବେ।  ଶେଖର ସୁମନ , ସୁବ୍ରମଣ୍ୟମ ସ୍ୱାମୀଙ୍କ ପରେ ସୁଶାନ୍ତଙ୍କର ଗର୍ଲଫ୍ରେଣ୍ଡ ରିୟା ଚକ୍ରବତୀ ମଧ୍ୟ ଗୃହମନ୍ତ୍ରୀ ଅମିତ୍‌ ଶାହଙ୍କୁ ସିବିଆଇ ତଦନ୍ତ ପାଇଁ  ଦାବି  କରିସାରିଛନ୍ତି । ନିକଟରେ ମହାରାଷ୍ଟ୍ର  ଗୃହମନ୍ତ୍ରୀ  ଅନିଲ୍‌ ଦେଶମୁଖ୍‌ କହିଥିଲେ କି ମୁମ୍ୱାଇ  ପୁଲିସ୍‌  ଏହି ମାମଲାର ଯାଞ୍ଚ  କରିବାରେ ସକ୍ଷମ ।  ସିବିଆଇ ତଦନ୍ତର ଆବଶ୍ୟକତା ନାହିଁ ।

Leave a Reply

Your email address will not be published. Required fields are marked *