ଲକ୍ଡାଉନ୍ରେ ମିଳିବ ମଦ : ଖୋଲିବନାହିଁ ଦୋକାନ,
ଭୁବନେଶ୍ୱର :-କରୋନା ପାଇଁ ରାଜ୍ୟ ସରକାରଙ୍କ ନୂଆ ଗାଇଡଲାଇନ୍ । ଖୋର୍ଧା, କଟକ, ଗଞ୍ଜାମ, ଯାଜପୁର, ରାଉରକେଲା ମୁନିସିପାଲଟି କର୍ପୋପେସନ୍ ଆଦି ୪ ଜିଲ୍ଲାରେ ଶୁକ୍ରବାର ରାତ୍ର ୯ରୁ ଜୁଲାଇ ୩୧ ମଧ୍ୟରାତ୍ର ଯାଏଁ ଲକଡାଉନ୍ ଜାରି କରିଛନ୍ତି ରାଜ୍ୟ ସରକାର । ଜୁଲାଇ ମାସ ଅଧିକ ଗୁରୁତ୍ୱପୂର୍ଣ୍ଣ । ସରକାର କରୋନା ମୁକାବିଲା ପାଇଁ ପଦକ୍ଷେପ ନେଉଥିଲେ ମଧ୍ୟ ଏହାକୁ ଅଧିକ କଡାକଡି କରାଯିବ । କାରଣ କିଛି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏହି ସମୟରେ ଟେଷ୍ଟି ବୃଦ୍ଧି ହେବ । ପଜିଟିଭ୍ ବାହାରିଲେ କଣ୍ଟାକ୍ଟ ଟ୍ରେସିଂ କରାଯିବ । ଏହି ୧୪ ଦିନ ଗୁରୁତ୍ୱପୂର୍ଣ୍ଣ । ରାଜ୍ୟବାସୀଙ୍କ ପାଇଁ ଏହି ପଦକ୍ଷେପ ନିଆଯାଇଛି ବୋଲି ରାଜ୍ୟ ସରକାର କହିଛନ୍ତି ।
ତେବେ ଶୁକ୍ରବାର ରାତି ୯ଟା ଠାରୁ ଆରମ୍ବ ହୋଇ ଜୁଲାଇ ୩୧ ତାରିଖ ମଧ୍ୟ ରାତ୍ରି ପର୍ଯ୍ୟନ୍ତ ଭୁବନେଶ୍ବର କଟକ ସମେତ ୪ଟି ଜିଲ୍ଲା ଓ ରାଉରକେଲା ମହାନଗର ନିଗମ ଅଞ୍ଚଳରେ ଲକ୍ଡାଉନ୍ କଟକଣା ଜାରି ରହିବ । ଏନେଇ ସରକାର ନିର୍ଦ୍ଦେଶନାମା ଜାରି କରିଥିଲେ। ତେବେ ଜାରି ହୋଇଥିବା ନିର୍ଦ୍ଦେଶନାମାରେ ସରକାର କିଛିଟା ପରିବର୍ତ୍ତନ କରିଛନ୍ତି । ଯାହାର ସାନି ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହି ଲକ୍ଡାଉନ୍ ସମୟରେ ସକାଳ ୬ରୁ ଦିନ ୧ଟ ପର୍ଯ୍ୟନ୍ତ କିଛିଟା ଅତ୍ୟବାଶକୀୟ ସାମଗ୍ରୀର ଦୋକାନ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ତେବେ ଏହି ଲକ୍ଡାଉନ୍ ସମୟରେ ସମସ୍ତ ପ୍ରକାର ମଦ ଦୋକାନକୁ ହୋମ୍ ଡେଲିଭରି ପାଇଁ ଅନୁମତି ଦିଆଯାଇଛି । ମଦ ଦୋକାନ ନ ଖୋଲି କେବଳ ହୋମ୍ ଡେଲିଭରି କରାବାକୁ ଅନୁମତି ଦେଇଛନ୍ତି ସରକାର । ଲକ୍ଡାଉନ୍ ସମୟରେ ବିଦେଶୀ ମଦ ଯଥା ଆଇଏମ୍ଏଫ୍ଏଲ୍, ଦେଶୀ ମଦ ଓ ମହୁଲ ଆଦି ମଦକୁ ଠିପି ଖୋଲା ଓ ଠିପି ବନ୍ଦ ବ୍ୟବସାୟୀଙ୍କୁ ଅନୁମତି ଦିଆଯାଇଛି । ସେମାନେ ପୂର୍ବପରି ମଦର ହୋମ୍ ଡେଲିଭରି କରିପାରିବେ। ମଦ ହୋମଡେଲିଭରି କରିବା ସମୟରେ କୋଭିଡ ନିୟମ ମାନିବାକୁ ପଡିବ । ଯେପରି ଆଇନ ଉଲଂଘନ ନହେବ , ସେଥିପ୍ରତି ବିଦେଶ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ୧୪ଦିନିଆ ଲକ୍ଡାଉନ୍ର ଦିନମାନଙ୍କରେ କୌଣସି କାଉଣ୍ଟରରେ ମଦ ବିକ୍ରି ହେବ ନାହିଁ । କେବଳ ହୋମ୍ ଡେଲିଭରି କରାଯିବ ।