ଡ଼େଲାଙ୍ଗ ଅଞ୍ଚଳରେ ହଳ କରୁ କରୁ ବାହାରିଲା ଶିବଲିଙ୍ଗ

ଡ଼େଲାଙ୍ଗ:-ଚାଷ ଜମିରୁ ବାହାରିଲା ଶିବଲିଙ୍ଗ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମିଳିଥିବା ସୂଚନା ମୁତାବକ, ଚାଷ ବିଲରେ ହଳ କରିବା ବେଳେ ପଥର ସହ ଲଙ୍ଗଳର ମାଡ଼ ହୋଇଥିଲା। ଯାହାଫଳରେ ବଳଦ ଆଗକୁ ଯାଇ ପାରି ନଥିଲେ। ଏକ ଶାବଳ ସାହାଯ୍ୟରେ ଖୋଳିବାରୁ ଏକ ଶିବଲିଙ୍ଗ ବାହାରିଥିଲା।

ପୁରୀ ଜିଲ୍ଲା କଣାସ ଥାନା ଅନ୍ତର୍ଗତ ସାହୁପଡା  ଗ୍ରାମର କାଳୁ ଚରଣ ପରିଡା ବିଲରେ ଚାଷ କାର୍ଯ୍ୟ ଅର୍ଥାତ ହଳ କରୁଥିବା ବେଳେ ଏକ ଜାଗାରେ ଲଙ୍ଗଳରେ ପଥର ମାଡ ହେବା ସହ ଆଗକୁ ବଳଦ ଯାଇନଥିଲେ । ଏପରି କି ଲଙ୍ଗଳ ଲୁହା ପଥରରେ ଲାଗି ରହିଲା ପରି ଅବସ୍ଥା ହୋଇଥିଲା ।

ଶେଷରେ କାଳୁ କୌଣସି ଉପାୟ ନ ପାଇ ସେଇ ଜାଗା ଖୋଳିବାରୁ ପଥରରେ ଏକ ସୁନ୍ଦର ଶିବଲିଙ୍ଗ । ଏହି ଖବର ଖେଳିଯିବା ପରେ ସେଠାରେ ଲୋକମାନଙ୍କର ଗହଳି ଲାଗି ଯାଇଥିଲା । କିଛି ମହିଳା ପୁରୁଷ ତୁରନ୍ତ ପୂଜାର୍ଚ୍ଚନା ଆରମ୍ଭ କରି ଦେଇଥିବାର ଦେଖାଯାଇଥିଲା ।

Leave a Reply

Your email address will not be published. Required fields are marked *