ପ୍ରବାସୀ ଶ୍ରମିକଙ୍କୁ ମୁଣ୍ଡ ପିଛା ୭୫୦୦ ଟଙ୍କା ଓ ୧୦ କେଜି ରାସନ ଦାବିରେ ସିଟୁ ପକ୍ଷରୁ ଦେଶବ୍ୟାପୀ ଆନ୍ଦୋଳନ
ଭୁବନେଶ୍ୱର : କିଛି ମାସ ହେବ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଟିକସ ବୃଦ୍ଧି ଯୋଗୁଁ ପ୍ରତ୍ୟେକ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ମୂଲ୍ୟବୃଦ୍ଧି ଘଟି ପ୍ରବାସୀ ଶ୍ରମିକ , ଦିନମଜୁରିଆ ଓ ଖଟିଖିଆ ଲୋକେ ବହୁବିଧି ସମସ୍ୟାଦେଇ କାଳତିପାତ କରୁଛନ୍ତି । ଅହେତୁକ ଦରବୃଦ୍ଧି ଯୋଗୁଁ ପ୍ରବାସୀ ଶ୍ରମିକ ମାନଙ୍କ ର ଅବସ୍ଥା ଦିନକୁ ଦିନ ଅତ୍ୟନ୍ତ ଦୟନୟ ହେବାରେ ଲାଗିଛି । ଏହାକୁ ବିରୋଧ କରି ଆଜି ସି ଟୁ ପକ୍ଷରୁ ସାମାଜିକ ଦୂରତ୍ୱ ଓ କୋବିଡ଼ ନିୟମ ସହିତ ୫ ରୁ ୬ ଜଣ ଲେଖାଏଁ ଦଳର ସଦସ୍ୟ ଲକ୍ଷ ଲକ୍ଷ ସ୍ଥାନରେ ଦେଶବ୍ୟାପୀ ଆନ୍ଦୋଳନ କରିଛନ୍ତି । ରାଜଧାନୀ ଭୁବନେଶ୍ବର ର ଡୁମୁଡୁମା ଅଞ୍ଚଳରେ ମଧ୍ୟ ସିଟୁ ର ଯୁବ ନେତା ବସନ୍ତ ସାହୁ କଁ ନେତୃତ୍ୱରେ ଏହି ଆନ୍ଦୋଳନ କରାଯାଇ କୋଭିଡ – ୧୯ ପାଇଁ ଜୀବିକା ହରାଇ ନିଜ ଭିଟା ମାଟିକୁ ପ୍ରତ୍ୟାବର୍ତ୍ତନ କରିଥିବା ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ପରିବାରକୁ ମାସକୁ ମୁଣ୍ଡ ପିଛା ୭୫୦୦ ଟଙ୍କା ଓ ୧୦ କେଜି ଲେଖାଏଁ ମାଗଣାରେ ରାସନ (ଚାଉଳ, ଗହମ, ଡାଲି ,ତେଲ ,ଅଟା ) ଅନ୍ତତଃ ୬ ମାସ ପର୍ଯ୍ୟନ୍ତ ଯୋଗାଇ ଦେବାକୁ ସରକାରକଂ ଠାରେ ଦାବି କରିଥିଲେ ।
ଅନ୍ୟ ପ୍ରମୁଖ ଦାବି ମଧ୍ୟରେ ଶ୍ରମିକ ଓ ଖଟିଖିଆକୁଁ ମହାତ୍ମା ଗାନ୍ଧୀ ନରେଗା ଯୋଜନାରେ ଦୈନିକ ୩୦୦ ଟଙ୍କା ମଜୁରୀରେ ୨୦୦ କାମ ଦିଆଯାଉ । ରେସନ କାର୍ଡ ରୁ ବଞ୍ଚିତ ସମସ୍ତ ପରିବାର କୁଁ ତୁରନ୍ତ ରେସନ କାର୍ଡ ଯୋଗାଇ ଦିଆଯାଉ ।
କୋବିଡ଼ କିଣା ଦୁର୍ନୀତିର ନିରପେକ୍ଷ ତଦନ୍ତ ସହିତ ଓଡିଶା ଫେରିଥିବା ପ୍ରବାସୀ ମାନଙ୍କ ଗାଡ଼ିଭଡ଼ା ଫେରାଇବାକୁ ଦାବି କରାଯାଇଛି । ସରକାର ଯଦି ଏହି ଦାବିଗୁଡିକ ପ୍ରତି ଯଥାଶୀଘ୍ର କିଛି ଆଖିଦୃଶିଆ ପଦକ୍ଷେପ ନ ନିଅନ୍ତି ତେବେ ଆଗକୁ ଆନ୍ଦୋଳନ ଆହୁରି ଜୋରଦାର କରାଯିବ ବୋଲି ଯୁବନେତା ବସନ୍ତ ସାହୁ ଗଣମାଧ୍ୟମ କୁ ନିଜର ପ୍ରତିକ୍ରିୟା ଦେଇଛନ୍ତି ।