ରାକ୍ଷାସ କହି ନିଜ ଛୁଆକୁ ରାସ୍ତା କଡରେ ଫୋପାଡ଼ି ଦେଇ ପଳାଇଲେ ବାପା-ମା, ମହିଳା ଜଣଙ୍କ ଦେଲେ ସାହାରା,

ଆଜି ଆମେ ଆପଣ ଙ୍କୁ ଏକ ଏପରି ଘଟଣା ବିଷୟ ରେ କହିବାକୁ ଯାଉଛୁ ଯାହା ଶୁଣି ଆପଣ ମଧ୍ୟ ଦୁଖୀ ହେଇଯିବେ I ଏବଂ ଆପଣ ମଧ୍ୟ ଏହି ପିଲାଟି ପାଁଇ ଦୁଃଖ ପ୍ରକାଶ କରିବେ I ନାଇଜେରିଆ ରେ ଏକ ଗ୍ରାମ ରେ 2 ବର୍ଷ ର ପିଲାଟି କୁ ରାକ୍ଷସ ପିଲା ଭାବି ପିଲାଟି କୁ ଘରୁ ପିତାମାତା ତଡି ଦେଇଥିଲେ I ଏଠାରେ ଏହି ଗ୍ରାମ ରେ ଅନେକ କୁପ୍ରଥା ଓ ଅନ୍ଧ ବିଶ୍ୱାସ ମଧ୍ୟ ଦେଖିବାକୁ ମିଳିଥାଏ I ଘରୁ ତଡି ଦିଆ ଯିବା ପରେ ପିଲାଟି ରାସ୍ତା ରେ ଏଣେ ତେଣେ ବୁଲି ଯାହା ମିଳିଲା ଖାଇଥାଏ I

କିନ୍ତୁ ନାଇଜେରିଆ ର ଜଣେ ମାନବବାଦୀ ସଂଗଠନ ରେ କାମ କରୁଥିବା ଆଞ୍ଚ ରିଂରେନ ଲବେନ ନାମ ଜଣେ ମହିଳା ଉକ୍ତ ପିଲାଟି କୁ ପ୍ରଥମ ଥର ଦେଖି ଆଶ୍ଚଯ୍ୟ ହେଇଯାଇଥିଲେ I 2 ବର୍ଷ ର ଏହି ପିଲାଟି ଭୋକ ଉପାସ ରେ ରାସ୍ତା ରେ ବୁଲୁଥିଲା I ପିଲାଟି ର କଷ୍ଟ ଦେଖି ଉକ୍ତ ମହିଳା ସହି ପାରି ନ ଥିଲେ I ପିଲାଟି ପାଖ କୁ ଯାଇ ସେ ପାଣି ପିଆଇଥିଲେ I ଏବଂ ଖାଇବାକୁ ମଧ୍ୟ ଦେଇଥିଲେ I ଏହା ପରେ ଆଞ୍ଚ ନାମ ଏହି ମହିଳା ପିଲାଟି କୁ ହସ୍ପିଟାଲ ନେଇ ଯାଇଥିଲେ I ଡାକ୍ତର ପିଲାଟି କୁ ଦେଖି ମଧ୍ୟ ଆଶ୍ଚଯ୍ୟ ହେଇଯାଇଥିଲେ କାରଣ ପିଲାଟି ଶରୀର ରେ ପୋକ ହେଇଯାଇଥିଲେ I

ଏହା ପରେ ଏହି ପିଲାଟି କୁ ଆଫ୍ରିକାନ ଚିଲଡ୍ରେନ ଆଣ୍ଡ ଏଜୁକେସନ ଆଣ୍ଡ ଡେଭଲପ୍ମେଣ୍ଟ ଫାଉଣ୍ଡେସନ କୁ ହସ୍ତାନ୍ତର କରାଯାଇଥିଲା I ବର୍ତମାନ ଏହି ପିଲାଟି ଅନ୍ୟ ପିଲା ଙ୍କ ପରି ଏକ ସାଧାରଣ ଜୀବନ ବ୍ୟତୀତ କରୁଛି I ଏବଂ ପିଲାଟି ବର୍ତମାନ ବେଶ ଖୁସି ରେ ଅଛି I ପିଲାଟି କୁ ବର୍ତମାନ ସ୍କୁଲ ମଧ୍ୟ ପଠାଯାଉଛି I

ନିଶ୍ଚିତ ରୂପେ ଏହି ଘଟଣା ଟି ଆପଣ ଙ୍କ ର ଅନ୍ଧବିଶ୍ୱାସ ର ପରିସୀମା କୁ ଦୋହଲାଇ ଦେଇଥିବ I

Leave a Reply

Your email address will not be published. Required fields are marked *