କ୍ଵାରେଣ୍ଟାଇନ୍ ସେଣ୍ଟର ପାଲଟିଛି ଆଖଡା ଶାଳ, ଟିକଟକ ପରେ ଚାଲିଛି ଗଞ୍ଜେଇ ମାଡ଼

 କାଟିହାର:-କରୋନା ମହାମାରୀ ଯୋଗୁଁ ବିହାରର ପ୍ରବାସୀ ଶ୍ରମିକଙ୍କ ପାଇଁ ତିଆରି ହୋଇଥିବା କ୍ଵାରେଣ୍ଟାଇନ ସେଣ୍ଟରର ଫଟୋ ଓ ଭିଡିଓ ଲଗାତାର ଲୋକଙ୍କୁ ବିଚଳିତ କରୁଛି | କେତବେଳେ ଟିକଟକ ଭିଡ଼ିଓ ଭାଇରଲ ହେଉଥିବା ବେଳେ ଆଉ କେତବେଳେ ଗଞ୍ଜେଇ ଓ ମଦ ପାଟି ଚାଲିଛି। କ୍ଵାରେଣ୍ଟାଇନ ନାଁରେ ଶ୍ରମିକମାନେ କ୍ଵାରେଣ୍ଟାଇନ ସେଣ୍ଟରରେ ମୌଜ ମଜଲିସ କରୁଛନ୍ତି | ବିହାର କାଟିହାରରୁ ଏହିଭଳି ଆଉ ଏକ ଭିଡିଓ ସାମ୍ନାକୁ ଆସିଛି | ଏଠାରେ କ୍ଵାରେଣ୍ଟାଇନ ସେଣ୍ଟର ନିଶା ଦ୍ରବ୍ୟ ସେବନକାରୀଙ୍କ ଅଡ୍ଡା ସ୍ଥଳୀ ହୋଇଛି | ଏଠାରେ ଶ୍ରମିକମାନେ ଗଞ୍ଜେଇ ଟାଣୁଥିବା ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି | ଭିଡିଓ ଭାଇରାଲ ହେବାପରେ କାଟିହାର କ୍ଵାରେଣ୍ଟାଇନ ସେଣ୍ଟରର କ୍ଵାରେଣ୍ଟାଇନ ବ୍ୟବସ୍ଥା ନେଇ ପ୍ରଶ୍ନ ଉଠିଛି |

କାଟିହାର ଅହମଦାବାଦ ଅନ୍ତର୍ଗତ ବେରିୟା ଉଚ୍ଚ ବିଦ୍ୟାଳୟରେ କ୍ଵାରେଣ୍ଟାଇନ ସେଣ୍ଟର କରାଯାଇଛି | ଏହି କ୍ଵାରେଣ୍ଟାଇନ ସେଣ୍ଟରର ଏକ ଭିଡିଓ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି | କ୍ଵାରେଣ୍ଟାଇନରେ ଥିବା ଲୋକେ ଗୀତ ନାଚରେ ମସଗୁଲ ହୋଇ ଗଞ୍ଜେଇ ଟାଣୁଥିବା ଭିଡିଓରେ ଦେଖିବାକୁ ମିଳିଛି | ସେମାନଙ୍କ ମଧ୍ୟରୁ ଜଣେ କରୋନା ପଜିଟିଭ ବାହାରିଥିବା ଜଣାପଡିଛି | ଉକ୍ତ ଯୁବକକୁ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଇ ଦିଆଯାଇଛି |

Leave a Reply

Your email address will not be published. Required fields are marked *