ପାଣିପାଗ ବିଭାଗର ଆକଳନ ଶହପ୍ରତିଶତ ସାବ୍ୟସ୍ତ ହେଉଛି, କରାଯାଇଥିବା ଦିଗରେ ଗତି କରୁଛି ଅମ୍ପନ

ଭୁବନେଶ୍ୱର: ବାତ୍ୟା ଅମ୍ପନ ପୂର୍ବାନୁମାନ କରାଯାଇଥିବା ଦିଗରେ ହିଁ ଗତି କରୁଛି। ଏହା ସକାଳ ୭ଟା ସୁଦ୍ଧା ପାରଦୀପଠାରୁ ୧୨୦ କିଲୋମିଟର ଦୂରରେ ରହିଛି। ଆଜି ଅପରାହ୍ଣରୁ ସଂଧ୍ୟା ଭିତରେ ଦୀଘା ଓ ହାତିଆ ମଧ୍ୟରେ ଲ୍ୟାଣ୍ଡଫଲ କରିବ। ଆଜି ସକାଳ ସୁଦ୍ଧା ବାତ୍ୟା ପ୍ରଭାବରେ ପାରାଦୀପରେ ସର୍ବାଧିକ ୧୫ ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଛି।ପାରାଦୀପରେ ଘଣ୍ଟାପ୍ରତି ୯୬ କିଲୋମିଟର ବେଗରେ ପବନ ବହିଥିବା ରେକର୍ଡ କରାଯାଇଛି। ସେହିପରି ଚାନ୍ଦବାଲିରେ ସକାଳ ସୁଦ୍ଧା ଘଣ୍ଟାପ୍ରତି ୭୪ କିଲୋମିଟର ବେଗରେ ପବନ ବହିଥିବା ରେକର୍ଡ କରାଯାଇଛି।

ଧୀରେଧୀରେ ବାତ୍ୟା ଉତ୍ତର ଓଡ଼ିଶାରେ ପବନ ବେଗ ବଢିବା ସହ ଦକ୍ଷିଣରେ ପବନର ବେଗ କମିବ ଦିନ ୨ଟା ସୁଦ୍ଧା ବାତ୍ୟା ଓଡ଼ିଶା ଅତିକ୍ରମ କରିଯିବ ବୋଲି କହିଛନ୍ତି ଆଇଏମଡି ଡିଜି। ବାଲେଶ୍ୱର ଜିଲ୍ଲାରେ ବର୍ଷା ଓ ପବନ ବେଶି ସମୟ ରହିପାରେ ବୋଲି ଆଇଏମଡି ଡିଜି ପୂର୍ବାନୁମାନ କରିଛନ୍ତି।

ତେବେ ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ପାରାଦୀପରେ ୧୧୦ କିଲୋମିଟର ବେଗରେ ପବନ ବହିିଥିବା ବେଳେ ଚାନ୍ଦବାଲି ୭୪, ଭୁବନେଶ୍ୱର ୫୬, ବାଲେଶ୍ୱର ୫୯ ଓ ପୁରୀ ୩୯ କିଲୋମିଟର ବେଗରେ ପବନ ବହିଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *