୨୦ ଜିଲ୍ଲାରୁ ସୁସ୍ଥ ହେଲେ ୫୦୫ ଜଣ କରୋନା ସଂକ୍ରମିତ,
ଭୁବନେଶ୍ବର:- ପୁଣି ସୁସ୍ଥ ହେଲେ ୫୦୫ ଜଣ କରୋନା ଆକ୍ରାନ୍ତ। ସେମାନଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଳାରୁ ୨୪୮, ସୁନ୍ଦରଗଡ଼ ଜିଲ୍ଲାରୁ ୭୧, ଖୋର୍ଦ୍ଧାରୁ ୫୨, କଟକରୁ ୪୫, ପୁରୀରୁ ୧୧, ଗଜପତିରୁ ୧୦, ନବରଙ୍ଗପୁରରୁ ୯, ଯାଜପୁରରୁ ୮, ନୟାଗଡ଼ରୁ ୮ , ଜଗତସିଂହପୁରରୁ ୭ ଜଣ, ଭଦ୍ରକ ଓ ଢ଼େଙ୍କାନାଳ ଜିଲ୍ଲାରୁ ୬ ଜଣ ଲେଖାଏଁ, ଅନୁଗୋଳରୁ ୫, କନ୍ଧମାଳ, କେନ୍ଦ୍ରପଡା ଏବଂ କୋରାପୁଟରୁ ୪ ଜଣ ଲେଖାଏଁ, ବରଗଡ଼ରୁ ୩ ଜଣ, କେନ୍ଦୁଝରରୁ ୨ ଏବଂ ଝାରସୁଗୁଡା ଓ ରାୟଗଡ଼ ଜିଲ୍ଲାରୁ ୧ ଲେଖାଏଁ କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୨୫୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ରାଜ୍ୟରେ ଯେତିକି କରୋନା ଆକ୍ରାନ୍ତ ସୁସ୍ଥ ହେଉଛନ୍ତି, ସେହିପରି ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ତେବେ ବର୍ତ୍ତମାନରେ ରାଜ୍ୟର ବିଭିନ୍ନ ସ୍ଥାନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି।










