ଆଉ ଜଣଙ୍କ ମୁଣ୍ଡ ନେଲା କରୋନା,ରାଜ୍ୟରେ ୭୪ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଚିନ୍ତା ବଢାଇଲା କରୋନା। ପୁଣି ଆଉ ଜଣଙ୍କ ଜାବନ ନେଲା କରୋନା। ଖୋର୍ଦ୍ଧା ଜିଲ୍ଲାରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ମୃତକ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିଲେ। ତାଙ୍କର ଉଚ୍ଚରକ୍ତଚାପ ସହ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଥିଲା ଏହି ମୃତ୍ୟୁ ସହ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଛି।

ଏହାଛଡ଼ା ରାଜ୍ୟରେ ୭୪ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୭୨ ଜଣ କ୍ୱାରେଣ୍ଟିନରେ ଥିଲେ। ଅନ୍ୟ ୨ ଜଣ ସ୍ଥାନୀୟ ବାସିନ୍ଦା ବୋଲି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ।

ସେପଟେ ୨ ପଜିଟିଭ ଚିହ୍ନଟ ସହ ମାଲକାନଗିରି ନୂଆ ଜିଲ୍ଲା ଭାବେ କରୋନା ମ୍ୟାପ୍‌ରେ ସାମିଲ ହୋଇଛି। ଏହାସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଟପିଛି।

ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୨ରେ ପହଞ୍ଚିଛି। ୬ଜଣଙ୍କ ମୃତ୍ୟୁ ହୋଇଛି। ୩୦୭ ଜଣ ସୁସ୍ଥ ହୋଇଛନ୍ତି। ଏବେବି ୭୩୯ ଆକ୍ଟିଭ କେଶ ରହିଛି। ଏମାନେ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Leave a Reply

Your email address will not be published. Required fields are marked *