‘ଅମ୍ପନ’ ନେଲା ଜଣଙ୍କର ଜୀବନ!
ଭୁବନେଶ୍ୱର: ଅମ୍ପନ ବାତ୍ୟାରେ କେନ୍ଦ୍ରାପଡ଼ା ସାତଭାୟାର ଜଣେ ମହିଳାଙ୍କର ମୃତ୍ୟୁ ନେଇ ସୂଚନା ମିଳିଛି ମହିଳା ଜଣକ ହେଲେ ୫୭ ବର୍ଷୀୟା କୋଇଲି ବେହେରା। ତେବେ ସେ ବାତ୍ୟା ଆଶ୍ରୟସ୍ଥଳକୁ ନଯାଇ ଘରେ ଥିଲେ। ଘଟଣା ସଂପର୍କରେ ବୈଜୟନ୍ତ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ସହ କଥା ହୋଇଥିବା ଲେଖିଛନ୍ତି। ଜିଲ୍ଲାପାଳ ଏନେଇ ତୁରନ୍ତ ପଦକ୍ଷେପ ନେବା ପାଇଁ ପ୍ରତିଶ୍ରୁତି ଦେଇଥିବା ବୈଜୟନ୍ତ ଟ୍ୱିଟ କରିଛନ୍ତି।
ସେହପରି ବାତ୍ୟା ଅମ୍ପନ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ ମାଟି ଘର କାନ୍ଥ ପଡି ଏକ ୩ବର୍ଷର ଶିଶୁ ପୁତ୍ର ମୃତ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ କାଂପଡା ପଞ୍ଚାୟତ ଦକ୍ଷିଣପାରି ଗାଁରେ।
ଗତକାଲିଠାରୁ ପ୍ରବଳ ବର୍ଷା ଫଳରେ ଏହି ଗାଁର ବଳରାମ ଦାସଙ୍କ ମାଟି ଘର କାନ୍ଥ ଖସି ପଡିଥିଲା ଫଳରେ ରାତିରେ ମାଆ ଓ ୩ ମାସର ଶିଶୁ ପୁତ୍ର ଶୋଇଥିଲାବେଳେ ସେମାନଙ୍କ ଉପରେ ମାଟି କାନ୍ଥ ପଡିଯାଇଥିଲା। ଏଥିରେ ମାଆ ସାମାନ୍ୟ ଆହାତ ହୋଇଥିଲାବେଳେ ଶିଶୁ ପୁତ୍ରର ମୃତ୍ୟୁ ହୋଇଛି।










