କରୋନା ଆକ୍ରାନ୍ତରେ ଆଉ ଜଣେ ସାମ୍ବାଦିକଙ୍କ ମୃତ୍ୟୁ

ଗଜପତି:-କରୋନା ଆକ୍ରାନ୍ତରେ ଆଉ ଜଣେ ସାମ୍ବାଦିକଙ୍କ ମୃତ୍ୟୁ। ଗଜପତି ଜିଲ୍ଲାର ବରିଷ୍ଠ ସାମ୍ବାଦିକ କେ.ସିଏଚ.ରତ୍ନମ କରୋନା ଆକ୍ରାନ୍ତରେ ମତ୍ୟୁ ହୋଇଥିବା ସୂଚନା ମିଳିଛି। ଗତ ୫ ତାରିଖ ଦିନ ତଳେ  ହଠାତ ତାଙ୍କ ଦେହ ଅସୁସ୍ଥ ହେବାରୁ ପ୍ରଥମେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଇଥିଲା। ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ହାଇଟେକ୍ ହସ୍ପିଟାଲକୁ‌ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ସେ କରୋନା ପଜିଟିଭ୍‌ ଥିବା ଜଣାପଡିଥିଲା । ଆଜି ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ସେ ଦୀର୍ଘ ୪୦ ବର୍ଷ ହେଲା ତେଲୁଗୁ ଦୈନିକ ଖବର କାଗଜ ଇନାଡୁ ପାଇଁ କାର୍ଯ୍ୟ କରୁଥିଲେ । ତାଙ୍କ ବିୟୋଗରେ ସାରା ଗଜପତିରେ ଶୋକର ଛାୟା ଖେଳିଯାଇଛି।

ସେହିପରି ଗଞ୍ଜାମ ଜିଲ୍ଲାରେ କରୋନାରେ ସଂକ୍ରମିତ ହୋଇଥିବା ଦୈନିକ ଖବର କାଗଜ ସମାଜର ହିଞ୍ଜିଳିି ପ୍ରତିନିଧି ସାମ୍ବାଦିକ ପ୍ରିୟଦର୍ଶୀ ପଟ୍ଟନାୟକଙ୍କର ମୃତ୍ୟୁ ହୋଇଛି । ସେ କରୋନା ଆକ୍ରାନ୍ତ ହେବା ପରେ ଭୁବନେଶ୍ୱର କିମ୍ସ କୋଭିଡ ହସ୍ପିଟାଲରେ ଚିକିତ୍ସାଧିନ ଥିଲେ । ଶନିବାର ତାଙ୍କର ସେଠାରେ ମୃତ୍ୟୁ ହୋଇଛି ।

Leave a Reply

Your email address will not be published. Required fields are marked *