ଚୀନ୍ ସହ ସୀମା ବିବାଦ ଭିତରେ ଆମେରିକାରୁ ଭାରତ ଆଣିବ ୭୨,୦୦୦ ଆସଲ୍ଟ ରାଇଫଲ

ନୂଆଦିଲ୍ଲୀ:-ଚୀନ୍ ସହିତ ଜାରି ସୀମା ବିବାଦ ଭିତରେ, ଭାରତୀୟ ସେନା ଆମେରିକାରୁ ୭୨,୦୦୦ ସିଗ୍ ୭୧୬ ଆସଲ୍ଟ ରାଇଫଲ କିଣିବାକୁ ଯାଉଛି। ଏହି ରାଇଫଲର ପ୍ରଥମ ବ୍ୟାଚରେ ୭୨,୦୦୦ ରାଇଫଲ ଆସିଯାଇଛି ଓ ଏହାକୁ ସେନା ବ୍ୟବହାର ପାଇଁ ଏବଂ ଅନ୍ୟ ସ୍ଥାନକୁ ପଠାଯାଇ ସାରିଛି। ଏବେ ଖୁବ୍ ଶୀଘ୍ର ଏହାର ଦ୍ବିତୀୟ ବ୍ୟାଚ୍ ଭାରତ ଆସିବାକୁ ଯାଉଛି।

ସେନା ସୁତ୍ରରୁ ମିଳିଥିବା ଖବର ଅନୁସାରେ, ସଶସ୍ତ୍ରବଳକୁ ମିଳିଥିବା ଆର୍ଥିକ ଶକ୍ତି ଅନୁସାରେ ଆମେ ଏଭଳି ୭୨୦୦୦ ଓ ରାଇଫଲର ଅର୍ଡର ଦିଆଯାଉଛି। ଭାରତୀୟ ସେନା ନିଜର ଆତଙ୍କ ନିରୋଧୀ ଅଭିଯାନକୁ ବଢାଇବା ପାଇଁ ସିଙ୍ଗ ସାୟର ଆସଲ୍ଟ ରାଇଫଲର ପ୍ରଥମ ବ୍ୟାଚ୍ ପାଇଥିଲା।

Leave a Reply

Your email address will not be published. Required fields are marked *