ଅନୁପମ ଖେରଙ୍କ ମା ଓ ଭାଇ ସମେତ ୪ ଜଣଙ୍କୁ କରୋନା
ମୁମ୍ବାଇ :- ବଲିଉଡ ମହାନାୟକ ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭିଷେକ ବଚ୍ଚନ କରୋନା ପଜିଟିଭ୍ ଜଣାପଡିବା ପରେ ଏବେ ଅଭିନେତା ଅନୁପମ୍ ଖେରଙ୍କ ମାଓ ଭାଇ ସମେତ ପରିବାରର ୪ ଜଣ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଅନୁପମ ଖେର ରହିବାର ସକାଳେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ।
ସୂଚନା ଅନୁସାରେ ଗତ କିଛି ଦିନ ହେବ ଅନୁପମଙ୍କ ମାଙ୍କ ଦେହ ଖରାପ ଥିଲା । ତାଙ୍କୁ ଭୋକ ଲାଗୁନଥିଲା ଏବଂ ସେ ସବୁବେଳେ ଶୋଇରହୁଥିଲେ । ଡାକ୍ତରଙ୍କ ପରାମର୍ଶ ଅନୁସାରେ ବ୍ଲଡ୍ ଟେଷ୍ଟ ପରେ ସବୁ ଠିକ୍ ବାହାରିଲା କିନ୍ଟୁ ସିଟି ସ୍କାନ୍ ପରେ ଟେଷ୍ଟିଂ ସମୟରେ କରୋନା ଲକ୍ଷଣ ମିଳିଲା ।
ଏହା ପରେ ଅନୁପମ ଓ ତାଙ୍କ ଭାଇ ରାଜୁ ମଧ୍ୟ ନିଜ କରୋନା ଟେଷ୍ଟ କରାଇଲେ । ରିପୋର୍ଟରେ ଅନୁପମ ନେଗେଟିଭ୍ ଜଣା ପଡିଲେ କିନ୍ତୁ ତାଙ୍କ ଭାଇଙ୍କ ଟେଷ୍ଟ ପଜିଟିଭ୍ ଆସିଲା । ଏହା ପରେ ରାଜୁଙ୍କ ଫ୍ୟାମିଲିର ମଧ୍ୟ କରୋନା ଟେଷ୍ଟ କରାଗଲା । ଏହା ପରେ ତାଙ୍କ ପତ୍ନୀ ତଥା ଅନୁପମଙ୍କ ଭାଉଜ ଓ ଝିଆରୀ ମଧ୍ୟ ପଜିଟିଭ୍ ଜଣା ପଡିଲେ ।
ଅନୁପମ କହିଛନ୍ତି କି ତାଙ୍କ ମାଙ୍କୁ କୋକିଲାବେନ୍ ହସ୍ପିଟାଲରେ ଆଡମିଟ୍ କରାଯାଇଛି । ଏନେଇ ବିଏମସିକୁ ମଧ୍ୟ ସୂଚନା ଦିଆଯାଇଛି । ଏବେ ତାଙ୍କ ଘର ସାନିଟାଇଜ୍ କରାଯିବ । ଅନୁପମ ଲୋକଙ୍କୁ ଏହା ଅପିଲ୍ କରିଛନ୍ତି କି ନିଜ ମା-ପିତାଙ୍କୁ ଧ୍ୟାନ ରଖାଯାଉ ।