ମୃତଦେହକୁ ଅସମ୍ମାନ : ହସ୍ପିଟାଲରୁ ଅଟୋରିକ୍ସାରେ ସ୍ମଶାନକୁ ନେଇଗଲେ ସମ୍ପର୍କୀୟ

|ନିଜାମାବାଦ :- କରୋନା ରୋଗୀଙ୍କ ମୃତଦେହକୁ ଅସମ୍ମାନ କରୁଥିବା ମାମଲା ଲଗାତାର ସାମ୍ନାକୁ ଆସୁଛି | ଆନ୍ଧ୍ର ପ୍ରଦେଶରେ କରୋନା ରୋଗୀଙ୍କ ମୃତଦେହକୁ ଜେସିବିରେ ବୁହାହେବା ଘଟଣା ସାମ୍ନାକୁ ଆସିବା ପରେ ତେଲେଙ୍ଗାନାରୁ ଏହିଭଳି ଆଉ ଏକ ମାମଲା ସାମ୍ନାକୁ ଆସିଛି | ତେଲେଙ୍ଗାନା ନିଜାମାବାଦ ସ୍ଥିତ ସରକାରୀ ହସ୍ପିଟାଲରେ ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି | କରୋନା ପୀଡିତଙ୍କ ଜଣେ ରୋଗୀଙ୍କ ମୃତ୍ୟୁ ପରେ ମୃତଦେହକୁ ଅଟୋ ରିକ୍ସାରେ ସ୍ମଶାନ ପର୍ଯ୍ୟନ୍ତ ନିଆଯାଇଥିଲା | ଆଶ୍ଚର୍ଯ୍ୟର କଥା ହେଲା ଅଟୋ ରିକ୍ସା କୌଣସି ହସ୍ପିଟାଲରେ କର୍ମଚାରୀ ନଥିଲେ ଯିଏ ନିଜ ଦାୟିତ୍ୱରେ ମୃତଦେହର ଅନ୍ତିମ ସଂସ୍କାର କରିଥାନ୍ତେ |ନ୍ୟୁଜ ଏଜେନ୍ସି ଏଏନଆଇ ଅନୁଯାୟୀ, ନିଜାମାବାଦ ସ୍ଥିତ ସରକାରୀ ହସ୍ପିଟାଲ ପ୍ରବନ୍ଧନ କରୋନା ରୋଗୀଙ୍କ ମୃତଦେହକୁ ଆମ୍ବୁଲାନ୍ସ ବିନା ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ | ହସ୍ପିଟାଲ ପ୍ରଶାସନର ଦାୟିତ୍ବହୀନତା ସାମ୍ନାକୁ ଆସିବା ପରେ ହସ୍ପିଟାଲ ସୁପରିଟେଣ୍ଡେଣ୍ଟ ଡ.ନାଗେଶ୍ୱର ରାଓ କହିଛନ୍ତି ଯେ, ମୃତକଙ୍କ ସମ୍ପର୍କୀୟ ହସ୍ପିଟାଲରେ କାମ କରନ୍ତି | ସେ କହିବାରୁ ମୃତଦେହ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା | ସେ କହିଛନ୍ତି ଯେ ମୃତକଙ୍କ ସମ୍ପର୍କୀୟ ଶବଗୃହରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ସାହାଯ୍ୟରେ ମୃତଦେହକୁ ଅଟୋରିକ୍ସାରେ ରଖି ସେଠାରେ ନେଇଯାଇଥିଲେ |ଡ.ରାଓ କହିଛନ୍ତି ଯେ ୫୦ ବର୍ଷ ବୟସ୍କ ଜଣେ ରୋଗୀଙ୍କୁ ଜୁନ ୨୭ ତାରିଖରେ ନିଜାମାବାଦ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ଯାଞ୍ଚରେ ତାଙ୍କ ରିପୋର୍ଟ କରୋନା ପଜିଟିଭ ଆସିଥିଲା | ଚିକିତ୍ସାଧୀନ ଅବସ୍ଥାରେ ଶନିବାର ଦିନ ତାଙ୍କର ମୃତ୍ୟୁ ହୋଇଥିଲା | ସେ କହିଛନ୍ତି ଯେ, ରୋଗୀଙ୍କ ସମ୍ପର୍କୀୟଙ୍କୁ ଆମ୍ବୁଲାନ୍ସ ପାଇଁ ଅପେକ୍ଷା କରିବାକୁ କୁହାଯାଇଥିଲା କିନ୍ତୁ ସେ ନ ଶୁଣି ଅଟୋରିକ୍ସା ଡାକି ଶବ ନେଇଯାଇଥିଲେ |

Leave a Reply

Your email address will not be published. Required fields are marked *