ଗଞ୍ଜାମର ୪୨ ବର୍ଷୀୟ ସାମ୍ବାଦିକଙ୍କର କରୋନାରେ ମୃତ୍ୟୁ
ଭୁବନେଶ୍ୱର – ରାଜ୍ୟର ଏଖ ପ୍ରମୁଖ ସାମ୍ବାଦପତ୍ରରେ ହିଞିଳି ପ୍ରତିନିଧି ପ୍ରିୟଦର୍ଶୀ ପଟ୍ଟନାୟକଙ୍କର କରୋନାରେ ମୃତ୍ୟୁ । ଗତ କିଛି ଦିନ ହେଲା କୋରନା ପଜିଟିଭ୍ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ମୃତ୍ଯୁ ହୋଇଥିବା ସୂଚନା ମିଳିଛି ।
ଗଞ୍ଜାମରେ କରୋନା ସ୍ଥିତି ସାଙ୍ଘାତିକ । ସଂକ୍ରମଣ ରୋକିବାକୁ ୧୩ ଯାଏ ବ୍ରହ୍ମପୁର ମହାନଗର ନିଗମ ସହ ସୋରଡା ଏନଏସି ଓ ଅନ୍ୟ ୫ଟି ବ୍ଲକ ସଟଡାଉନ ରହିବ । ଏହି ସମୟ ଭିତରେ ସମସ୍ତ ୧୬ ଏନଏସି, ହିଞ୍ଜଳିକାଟୁ ପୌରାଞ୍ଚଳ ଓ ବ୍ରହ୍ମପୁର ମହାନଗର ସମେତ ସମସ୍ତ ୨୨ବ୍ଲକ ମୁଖ୍ୟାଳୟରେ ହେଲଥ ସ୍କ୍ରିନିଂ ପାଇଁ ବ୍ୟବସ୍ଥା ହୋଇଛି ।
ଗଞ୍ଜାମ ଜିଲ୍ଲାରେ ଦ୍ବିତୀୟ ଥର ପାଇଁ ସ୍କ୍ରିନିଂ ଆରମ୍ଭ ହେବ। ଜିଲ୍ଲାର ୭ ଲକ୍ଷ ଲୋକଙ୍କ ପାଇଁ ୨୦୦ ଡାକ୍ତର ଟିମ୍ ଗଠନ କରାଯାଇଛି। ସେପଟେ ସ୍କ୍ରିନିଂ ସମୟରେ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ବ୍ୟାଙ୍କ ସାଧାରଣ ଲୋକଙ୍କ ପାଇଁ ବନ୍ଦ ରହିବ। ଜିଲ୍ଲାରେ କରୋନା ସ୍ଥିତି ଭୟାନକ ହେଉଥିବାରୁ ପୋଲିସ ଡିଜି ଗତକାଲି ଛତ୍ରପୁରରେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ସମୀକ୍ଷା କରିଛନ୍ତି।