ଆଇପିଏସ୍ ଅଫିସର କହିଥିଲେ କିଭଳି ହେବ ବିକାଶ ଦୁବେର ଏନକାଉଣ୍ଟର, ଟ୍ବିଟ୍ ହେଲା ଭାଇରାଲ

କାନପୁର:-ମୋଷ୍ଟଓ୍ବାଣ୍ଟେଡ୍ ଅପରାଧୀ ବିକାଶ ଦୁବେକୁ ଫେରାର ହେବାଠାରୁ ନେଇ ଗିରଫ ପର୍ଯ୍ୟନ୍ତ ଓ ଏହାପରେ ଏବେ ଏନକାଉଣ୍ଟର ଉପରେ ପ୍ରଶ୍ନ ଉଠୁଛି। ସବୁଠାରୁ ଅଧିକ ପ୍ରଶ୍ନ ଏବେ ଉତ୍ତର ପ୍ରଦେଶର ପୋଲିସ ଉପରେ ଉଠିଛି। ବିରୋଧୀ ହିଁ ନୁହେଁ, ଏବେ ତ ପୋଲିସ ବିଭାଗର କିଛି ବରିଷ୍ଠ ଅଧିକାରୀ ମଧ୍ୟ ଏହି ଏନକାଉଣ୍ଟର ଉପରେ ପ୍ରଶ୍ନଚିହ୍ନ ଲଗାଇଥିବାର ଦେଖିବାକୁ ମିଳୁଛି।ଏହି ସମ୍ପୂର୍ଣ୍ଣ ମାମଲା ଭିତରେ ଆଇପିଏସ୍ ଅଧିକାରୀ ଅମିତାଭ ଠାକୁରଙ୍କ ଗୋଟେ ଦିନ ପୁରୁଣା ଟୁଇଟ୍ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ ନିଜର ଏହି ଟୁଇଟରେ ପୋଲିସର କାର୍ଯ୍ୟାନୁଷ୍ଠାନ ନେଇ ପ୍ରଶ୍ନ ଉଠାଇଛନ୍ତି। ଅମିତାଭ ଠାକୁର ଟୁଇଟ୍ କରି ଲେଖିଛନ୍ତି ଯେ, ବିକାଶ ଦୁବେ ସରେଣ୍ଡର ହୋଇଯାଇଛି। ହୋଇପାରେ କାଲି ସେ ୟୁପି ପୋଲିସ କଷ୍ଟଡିରୁ ପଳାଇବାର ଚେଷ୍ଟା କରିପାରେ ଓ ଏନକାଉଣ୍ଟରରେ ମରିପାରେ। ଏଭଳି ବିକାଶ ଦୁବେର ଚାପ୍ଟର କ୍ଲୋଜ୍ ହୋଇଯିବ। କିନ୍ତୁ ମୋ ଦୃଷ୍ଟିରେ ପ୍ରକୃତ ଆବଶ୍ୟକତା ରହିଛି ଏହି କାଣ୍ଡରୁ ସାମନାକୁ ଆସିଥିବା ୟୁପି ପୋଲିସ ଭିତରେ ବିଶୃଙ୍ଖଳାକୁ ସଚ୍ଚୋଟ ଭାବରେ ଦେଖି, ଏହା ଉପରେ ନିରପେକ୍ଷ/ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡିବ।ମିତାଭ ଠାକୁର ଏହି ଟ୍ବିଟକୁ ଖବର ଲେଖାଯିବା ପର୍ଯ୍ୟନ୍ତ ୨୪୫ ଥର ରିଟ୍ବିଟ୍ କରାଯାଇ ସାରିଛି। ଏହା ସହିତ ୭୩୯ ଲାଇକ୍ସ ମିଳିସାରିଛି। ଏହା ଉପରେ ୫୧ ଲୋକଙ୍କ କମେଣ୍ଟ ମଧ୍ୟ  ଆସିଛି।  ଅମିତାଭଙ୍କ ଟ୍ବିଟକୁ ରିଟ୍ବିଟ୍ କରି ଲୋକମାନେ ଲଗାତାର ୟୁପି ପୋଲିସ ଉପରେ ପ୍ରଶ୍ନ ଉଠାଉଛନ୍ତି। ଏହାର ଠିକ୍ ପୂର୍ବରୁ ଅମିତାଭ ଟ୍ବିଟ୍ କରିଥିଲେ, ଆମେ ବିକାଶ ଦୁବେକୁ ଗିରଫ କରିପାରିନୁ। ସେ ଉଜୈନରେ ସରେଣ୍ଡର ହୋଇଯାଇଛି। ଏବେ ବଡ ଘଟଣା ପରେ ମଧ୍ୟ ଆମେ ତାକୁ ଆରେଷ୍ଟ କରିପାରିନୁ। ସେ ବହୁ ସ୍ଥାନରେ ବୁଲୁଥିଲା। ମୋତେ ଲାଗୁଛି ଏହି କଥାକୁ ଗଭୀରତାର ସହ ଯାଞ୍ଚ କରାଯିବା ଦରକାର। ସକାଳେ ଯେତେବେଳେ  ଖବର ଆସିଥିଲା ବିକାଶ ଦୁବେ ଏନକାଉଣ୍ଟରେ ନିହତ ହୋଇଛି। ଏହାପରେ ଅମିତାଭ ଠାକୁରଙ୍କ ଆଉ ଏକ ଟ୍ବିଟ୍ କରି ପୋଲିସକୁ ପ୍ରଶ୍ନ କରିଛନ୍ତି, ଏତେ ତରବରିଆ  କାହିଁକି ଥିଲା?  କାହାକୁ ବଞ୍ଚାଯାଉଛି?

Leave a Reply

Your email address will not be published. Required fields are marked *