ବିକାଶ ଦୁବେର ପରିବାର ଲୋକ ମୃତଦେହ ନେବାକୁ ମନା କଲେ

କାନପୁର:- ଉତ୍ତର ପ୍ରଦେଶ ପୋଲିସର ୮ ଜଣ ଯବାନଙ୍କୁ ହତ୍ୟା କରିବା ମାମଲାର ମୁଖ୍ୟ ଅଭିଯୁକ୍ତ ବିକାଶ ଦୁବେ ଆଜିଏନକାଉଣ୍ଟରରେ ନିହତ ହୋଇଛି। ଶୁକ୍ରବାର ବିକାଶକୁ କାନପୁର ନିକଟ​ରେ ଏନକାଉଣ୍ଟର କରାଯାଇଥିଲା। ୟୁପି ଏସଟିଏଏଫର ଗାଡି ଓଲଟିବା ପରେ ସେ ଯବାନଙ୍କ ପିସ୍ତଲକୁ ନେଇ ପଳାଇବାର ଚେଷ୍ଟା କରିଥିଲା। ତାକୁ ସରେଣ୍ଡର କରିବାକୁ କୁହାଯାଇଥିଲା, କିନ୍ତୁ ସେ ପୋଲିସ ଉପରେ ଗୁଳି ଚଳାଇବା ଆରମ୍ଭ କରିଦେଇଥିଲେ। ପାଲଟା କାର୍ଯ୍ୟାନୁଷ୍ଠାନରେ ସେ ନିହତ ହୋଇଥିଲା।ଏହାପରେ ବିକାଶ ଦୁବେଙ୍କ ମୃତଦେହକୁ ହେଲଟ୍ ହସ୍ପିଟାଲ ଅଣାଯାଇଥିଲା, ଯେଉଁଠି ତାଙ୍କର ପୋଷ୍ଟମର୍ଟମ ହୋଇଛି। ଏବେ ଖବର ଯେ, ଦୁର୍ଦାନ୍ତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେଙ୍କ ପରିବାର ଲୋକ  ମୃତଦେହ ନେବାକୁ ମନା କରିଦେଇଛନ୍ତି। ବିକାଶର ପରିବାର ଲୋକ ପୋଷ୍ଟମର୍ଟମ ହାଉସକୁ ପହଁଞ୍ଚିନଥିଲା।ଏହା ପୂର୍ବରୁ ଉତ୍ତର ପ୍ରଦେଶ ପୋଲିସ ବିକାଶ ଦୁବେଙ୍କ ପତ୍ନୀ ରିଚାଙ୍କଠାରୁ ପୋଲିସ ଲାଇନରେ ଘଣ୍ଟା ଘଣ୍ଟା ପଚରାଉଚରା କରିଥିଲେ। ପୋଲିସ ଅଧିକାରୀମାନେ କହିଛନ୍ତି ଯେ, ବିକରୁ ଏନକାଉଣ୍ଟରରେ ତାଙ୍କର କୌଣସି ଭୂମିକା ନମିଳିବାରୁ ତାଙ୍କୁ ଛାଡି ଦିଆଯାଇଥିଲା। ତାଙ୍କ ସହିତ ନାବାଳିକ ପୁଅ ମଧ୍ୟ ଥିଲେ। ମେଡିକାଲ କଲେଜର ପ୍ରିନ୍ସପାଲ ଡାକ୍ତର ଆରବି କମଲ କହିଛନ୍ତି, ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ଛାତିରେ ୩ଟି ଗୁଳି ବାଜିଥିଲା। ସେଭଳି ଆଉ ଏକ ଗୁଳି ତା’ର ହାତରେ ଲାଗିଥିଲା। ସେ କହିଛନ୍ତି, ତାଙ୍କୁ ମୃତ ଅବସ୍ଥାରେ ହସ୍ପିଯାଲକୁ ଅଣାଯାଇଥିଲା। ଏହା ସହିତ ସେ ସୂଚନା ଦେଇଥିଲେ ଯେ, କରୋନା ଟେଷ୍ଟ ପାଇଁ ବିକାଶର ସାମ୍ପଲ ପଠାଇ ଦିଆଯାଇଥିଲା। ରିପୋର୍ଟ ଆସିବା ପରେ ଏହାର ସୂଚନା ଦିଆଯାଇଥିଲା। ଡାକ୍ତର କମଲର କହିବା ଅନୁସାରେ, ଦୁଇ ପୋଲିସ କର୍ମଚାରୀଙ୍କୁ ମଧ୍ୟ ଗୁଳି ଲାଗିଥିଲା। ତାକୁ ମଲ୍ଟିପଲ ଇଞ୍ଜୁରୀ ହୋଇଥିଲା ଓ ତାଙ୍କର ବିପି ଡାଉନ୍ ଥିଲା। ତେବେ ଦୁଇ ପୋଲିସକର୍ମୀଙ୍କ ସ୍ଥିତି ସ୍ଥିର ରହିଛି।ବିକାଶ ଦୁବେର ଏନକାଉଣ୍ଟରରେ ଆଇଜି ମୋହିତ ଅଗ୍ରଓ୍ବାଲ କହିଛନ୍ତି, ମୋଷ୍ଟ ଓ୍ବାଣ୍ଟେଡ୍ ଗ୍ୟାଙ୍ଗଷ୍ଟରଙ୍କ ଗାଡି ବଦଳାଇ ଯାଇଥିଲା। ଉଜୈନରୁ ବିକାଶକୁ ଏକ ଗାଡିରେ ଅଣାଯାଇଥିଲା। ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ, ଗ୍ୟାଙ୍ଗଷ୍ଟରର ଏହି ଗାଡିରେ ଆକ୍ସିଡେଣ୍ଟ ହୋଇଥିଲା। ବିକାଶ ଦୁବେ ଏନକାଉଣ୍ଟରରେ ଆଇଜି ମୋହିତ ଅଗ୍ରଓ୍ବାଲ କହିଛନ୍ତି, କାନପୁର ପୋଲିସ ଅନେକ ସାହାସିକ କାମ କରିଛନ୍ତି। ସେ ଉଦାହରଣ ସୃଷ୍ଟି କରିଛନ୍ତି। ଅନ୍ୟପକ୍ଷେ ବିକାଶ ଦୁବେର ସଂଘର୍ଷରେ ମରିବା ପରେ ଉତ୍ତର ପ୍ରଦେଶରେ ଗତିବିଧି ବଢିଯାଇଛି। ମିଳିଥିବା ସୂଚନା ଅନୁସାରେ, ଡିଜିପି ହିତେଶ ଚନ୍ଦ୍ର ଅବସ୍ଥିକୁ ସିଏମ୍ ବାସଭବନକୁ ଡକାଯାଇଥିଲା। ଡିଜିପି ନିଜର ବାସଭବନକୁ ବାହାରିବା ସମୟରେ ମିଡିଆ ସହିତ କଥାବାର୍ତ୍ତା କରିବାକୁ ଏଡ଼ାଇ ଯାଇଥିଲେ।

Leave a Reply

Your email address will not be published. Required fields are marked *