ଅଭିନେତା ନଓ୍ବାଜୁଦ୍ଦିନ ସିଦ୍ଦିକୀଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ତଲାକ ମାଗିଲେ ତାଙ୍କ ପତ୍ନୀ

ମୁମ୍ବାଇ:-ଅଭିନେତା ନଓ୍ବାଜୁଦ୍ଦିନ ସିଦ୍ଦିକୀ ଏବେ ସମସ୍ୟା ଘେରରେ ଅଛନ୍ତି। ଗୋଟିଏ ପଟେ ସେ ନିଜ ଅସୁସ୍ଥ ମାଆଙ୍କୁ ନେଇ ବୁଢ଼ାନା ଯାଇଥିବାବେଳେ ଦ୍ବିତୀୟ ପଟେ ତାଙ୍କ ପତ୍ନୀ ଅଞ୍ଜଳି ତାଙ୍କୁ ଲିଗାଲ୍ ନୋଟିସ୍ ପଠାଇ ଛାଡ଼ପତ୍ର ଏବଂ ମେଣ୍ଟେନାନ୍ସ ମାଗିଛନ୍ତି। ଏହି ନୋଟିସ୍ ଅଞ୍ଜଳି ହ୍ବାଟସଆପ୍ ଏବଂ ଇମେଲ୍ ଜରିଆରେ ପଠାଇଛନ୍ତି। ଅଞ୍ଜଳିଙ୍କ ଓକିଲ କହିଛନ୍ତି ଯେ ଏବେ ପୋଷ୍ଟ୍ ଅଫିସ୍ ବନ୍ଦ ରହିଛି ଏବଂ ସ୍ପିଡ ପୋଷ୍ଟ ଜରିଆରେ ନୋଟିସ୍ ପଠାଯାଇପାରିବ ନାହିଁ ଯାହା ଯୋଗୁଁ ସେ ଏପରି ନିଷ୍ପତ୍ତି ଉଠାଇଛନ୍ତି।ନୋଟିସରେ ଛାଡ଼ପତ୍ରର କ’ଣ କାରଣ ରହିଛି ତାହା ଜଣାପଡ଼ିନାହିଁ। କିନ୍ତୁ ଏଥିରେ ଅତ୍ୟନ୍ତ ସମ୍ବେଦନଶୀଳ ଏବଂ କନଫିଡେନସିଆଲ୍ କଥାର ଆଲୋଚନା ରହିଛି। ମେ ୭ତାରିଖରେ ନଓ୍ବାଜଙ୍କୁ ଇମେଲ୍ ଏବଂ ହ୍ବାଟସଆପ୍ ଜରିଆରେ ନୋଟିସ୍ ପଠାଯାଇଛି।ନଓ୍ବାଜଙ୍କ ପତ୍ନୀଙ୍କ କହିବା ଅନୁସାରେ ତାଙ୍କୁ ବିବାହ ବିଚ୍ଛେଦ କରିବା ଛଡ଼ା ଆଉ କୌଣସି ଉପାୟ ଦେଖାଯାଇନଥିଲା। ମେଣ୍ଟେନାନ୍ସରେ ସେ କେତେ ଟଙ୍କା ଦାବି କରିଛନ୍ତି ଏ ବାବଦକୁ କିଛି କହିବାକୁ ସେ ମନା କରିଛନ୍ତି। ଦୀର୍ଘ ଦିନରୁ ଦମ୍ପତ୍ତି ଅଲଗା ରହୁଥିଲେ। ନଓ୍ବାଜଙ୍କ ପିଲାମାନେ ମଧ୍ୟ ପତ୍ନୀଙ୍କ ପାଖେ ରହୁଛନ୍ତି।ନଓ୍ବାଜ ଏବଂ ଅଞ୍ଜଳିଙ୍କ ବିବାହକୁ ୧୦ବର୍ଷ ପୂରି ସାରିଛି। ତାଙ୍କର ଦୁଇ ପିଲା ଅଛନ୍ତି। ୨୦୧୭ମସିହାରେ ନଓ୍ବାଜ ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ବିବାଦ ଖବର ଶୁଣିବାକୁ ମିଳିଥିଲା। କିନ୍ତୁ ସେତେବେଳେ ସେମାନେ ଏ ଖବରକୁ ଖଣ୍ଡନ କରିଥିଲେ।

Leave a Reply

Your email address will not be published. Required fields are marked *