ମିଡ଼ିଆ ହାଉସ୍‌ର ୨୮ କର୍ମଚାରୀ କରୋନା ସଂକ୍ରମିତ , ଅଫିସ୍ ଏବଂ ଷ୍ଟୁଡିଓ ସିଲ୍

ନୂଆଦିଲ୍ଲୀ:-ଜି ମିଡିଆର ୨୮ ଜଣ କର୍ମଚାରୀ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ଜଣାପଡିଛି । କରୋନା ପଜିଟିଭ୍ ରିପୋର୍ଟ ଆସିବା ପରେ ସେମାନଙ୍କ କାର୍ଯ୍ୟାଳୟ, ନ୍ୟୁଜ୍ ରୁମ ଏବଂ ଷ୍ଟୁଡିଓକୁ ସିଲ୍ କରାଯାଇଛି।କମ୍ପାନୀ ପକ୍ଷରୁ ଜାରି ହୋଇଥିବା ଏକ ବିବୃତ୍ତିରେ କୁହାଯାଇଛି ଯେ, ସମସ୍ତ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରାଯାଉଛି। ବର୍ତ୍ତମାନ ପୁରା ସେଟଅପ୍ କମ୍ପାନୀର ଦ୍ୱିତୀୟ ବିଲ୍ଡିଂକୁ କରାଯାଇଛି ।

ଜି ନ୍ୟୁଜ୍ ସଂପାଦକ ସୁଧୀର ଚୌଧୁରୀ କହିଛନ୍ତି ଯେ “ବୈଶ୍ବିକ ମହାମାରୀ ଏବେ ଜି ମିଡିଆ ପାଇଁ ଏକ ବ୍ୟକ୍ତିଗତ କାହାଣୀ ପାଲଟିଛି। ଗତ ଶୁକ୍ରବାର ଦିନ ଜଣେ ସହକର୍ମୀ କୋଭିଡ-୧୯ ସଂକ୍ରମିତ ହୋଇଥିବା ଜଣାପଡିଛି। ଏକ ଦାୟିତ୍ବବାନ ସଂଗଠନ ଭାବରେ , ଯେଉଁମାନେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ଏହି ବ୍ୟକ୍ତିଙ୍କ ସହ ଯୋଗାଯୋଗ କରିଥିଲେ ସେମାନଙ୍କର ଏକ ସାମୂହିକ ପରୀକ୍ଷା ଆରମ୍ଭ କରାଯାଇଛି।ଏପର୍ଯ୍ୟନ୍ତ ୨୮ ଜଣ ସାଥୀ କରୋନା ପଜିଟିଭ୍ ବୋଲି ଜଣାପଡିଛି। ସୌଭାଗ୍ୟବଶତଃ ସେମାନଙ୍କ ମଧ୍ୟରୁ ଅଧିକାଂଶ ବ୍ୟକ୍ତିଙ୍କ ଶରୀରରେ ଲକ୍ଷଣ ଦେଖାଯାଇ ନାହିଁ ଏବଂ କୌଣସି ଅସୁବିଧା ବିଷୟରେ ଅଭିଯୋଗ କରିନାହାଁନ୍ତି। ବର୍ତ୍ତମାନ, ଜି ମିଡିଆ କର୍ପୋରେସନ୍ ଲିମିଟେଡ୍ ର ୨୫୦୦ କର୍ମଚାରୀ ଅଛନ୍ତି, ଯାହା ଘରୋଇ କ୍ଷେତ୍ରରେ ସର୍ବାଧିକ । ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କୁ ସୁରକ୍ଷା ଦେବା ପାଇଁ ଆମେ ପ୍ରତିବଦ୍ଧ ବୋଲି ଶ୍ରୀ ଚୌଧୁରୀ ବୟାନରେ କହିଛନ୍ତି।

Leave a Reply

Your email address will not be published. Required fields are marked *