କାର ଓଲଟି ନଥିଲା… ରାଜ୍ ଖୋଲିବାରୁ ସରକାର ବଞ୍ଚିଗଲେ, ବିକାଶ ଦୁବେ ଏନକାଉଣ୍ଟର ନେଇ ମୁହଁ ଖୋଲିଲେ ଅଖିଳେଶ

କାନପୁର:-କାନପୁର ସୁଟଆଉଟ୍ ମାମଲାର ମୁଖ୍ୟ ଅପରାଧୀ ବିକାଶ ଦୁବେ ଆଜି ପୋଲିସ ଏନକାଉଣ୍ଟରରେ ନିହତ ହୋଇଛି। ଏହି ମାମଲାରେ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଟ୍ବିଟ୍ କରି ପୋଲିସ ଓ ସରକାରଙ୍କ କାର୍ଯ୍ୟପ୍ରଣାଳୀ ଉପରେ ପ୍ରଶ୍ନ ଉଠୁଛି। ଅଖିଳେଶ ନିଜର ଟୁଇଟରେ ଏହି ବାହନର ଦୁର୍ଘଟଣାଗସ୍ତ ହେବା ନେଇ ପ୍ରଶ୍ନ ୁଠାଇଛନ୍ତି, ଯେଉଁଥିରେ ବିକାଶ ଦୁବେକୁ ଉଜୈନରୁ କାନପୁର ଅଣାଯାଇଥିଲା।

ଅଖିଳେଶ ଯାଦବ ନିଜର ଏକ ଟୁଇଟରେ ଲେଖିଛନ୍ତି, ପ୍ରକୃତରେ ଏହି କାର ଓଲଟି ନାହିଁ। ରାଜ୍ ଖୋଲିଯିବା ଭୟରେ ସରକାର ଓଲଟି ଯାଇଛନ୍ତି। ଅଖିଳେଶ ଯାଦବଙ୍କ ସହିତ ସମସ୍ତ ରାଜନେତା ମଧ୍ୟ ପୂର୍ବରୁ ଏହି କଥାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି। ବିକାଶ ଦୁବେ ପଛରେ ୟୁପି ସରକାର ସମସ୍ତ ପ୍ରବାଶାଳୀ ଲୋକଙ୍କ ସଂରକ୍ଷରରେ ସାମିଲ ଅଛନ୍ତି।

ଅଖିଳେଶ ଯାଦବ ନିଜର ଟୁଇଟରରେ ମଧ୍ୟ ଏଭଳି କଥାର ସଙ୍କେତ ଦେଇଛନ୍ତି। ଅଖିଳେଶ ଟୁଇଟ୍ କରି କହିଛନ୍ତି କାର ଓଲଟିବା ଓ ବିକାଶ ଦୁବେର ମରିବା ପରେ ସରକାରଙ୍କ ବହୁ ରାଜ ଖୋଲିବାରୁ ବଞ୍ଚିଯିବ। ଉଲ୍ଲେଖନୀୟ ଯେ, ଉତ୍ତର ପ୍ରଦେଶ ପୋଳିସର ୮ ଯବାନଙ୍କୁ ନିର୍ମମ ଭାବରେ ହତ୍ୟା କରିଥିବା ମୁଖ୍ୟ ଅପରାଧୀ ବିକାଶ ଦୁବେ ଫିଳ୍ମ ଷ୍ଟାଇଲରେ ନିହତ ହୋଇଛି।

ୟୁପି ଏସଟିଏଫର ଗାଡି ବିକାଶକୁ ନେଇ କାନପୁର ଆସୁଥିଲା। ସ୍ପିଡ୍ ଖୁବ୍ ଦ୍ରୁତ ଥିଲା। ପୋଲିସର କହିବା ଅନୁସାରେ, ବର୍ରା ପାଖରେ ଅଚାନକ ରାସ୍ତାରେ ଗାଡି ଓଲଟି ଯାଇଥିଲା। ଏହି ଦୁର୍ଘଟଣାରେ ବିକାଶ ଦୁବେ ଏବଂ ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଏହାପରେ ବିକାଶର  ପୋଲିସର ନଜରରୁ ନିଜକୁ ରକ୍ଷା କରିବା ପାଇଁ ପଳାଇଥିଲା। ଏହାପରେ ପୋଲିସ ବାଧ୍ୟ ହୋଇ ଗୁଳି କରିଥିଲା।

Leave a Reply

Your email address will not be published. Required fields are marked *