ଏଡିଜିଙ୍କ ଫେସ୍ବୁକ୍ ଆକାଉଣ୍ଟ ହ୍ୟାକ୍
ଭୁବନେଶ୍ୱର:-ହ୍ୟାକରଙ୍କ ଶିକାର ହେଇଛନ୍ତି ୧୯୮୯ ବ୍ୟାଚ୍ର ବରିଷ୍ଠ ଆଇପିଏସ୍ ତଥା ରେଳବାଇ ଓ କୋଷ୍ଟାଲ ଏଡିଜି ପ୍ରଣବିନ୍ଦୁ ଆଚାର୍ଯ୍ୟ । ଏନେଇ ଏଡିଜି କ୍ରାଇମ୍ବ୍ରାଞ୍ଚର ସାଇବର ସେଲ୍ରେ ଅଭିଯୋଗ କରିଛନ୍ତି ।
ମିଳିଥିବା ସୂଚନା ମୁତାବକ, ହ୍ୟାକର ମାନେ ଆଇପିଏସଙ୍କ ଫେସବୁକ ଆକାଉଣ୍ଟକୁ ପ୍ରଥମେ ହ୍ୟାକ୍ କରି ନେଇଥିଲେ । ତା’ପରେ ଉକ୍ତ ଆକାଉଣ୍ଟରୁ ହ୍ୟାକ୍ରମାନେ ଏକାଧିକ ବ୍ୟକ୍ତିଙ୍କୁ ଫ୍ରେଣ୍ଡ୍ ରିକ୍ୟୁଏଷ୍ଟ ପଠାଉଛନ୍ତି । ଆଇପିଏସ୍ଙ୍କ ଉଚ୍ଚ ପଦାଧିକାରୀ ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଇବା ଦେଖି ଅନେକ ଲୋକ ଖୁସି ହୋଇ ସେଥିରେ ଚାଟିଂ ଆରମ୍ଭ କରିଥିଲେ । ଯିଏ ଚାଟିଂ କରିଥିଲା ତାକୁ ଟଙ୍କା ମାଗିଥିଲେ ହ୍ୟାକର। ତେବେ ଏ ବିଷୟରେ ଖବର ପାଇଥିଲେ ଏଡିଜି ଶ୍ରୀ ଆଚାର୍ଯ୍ୟ । ନିଜ ଫେସବୁକ ଆକାଉଣ୍ଟରେ ଏ କଥା ସେୟାର କରିବା ସହିତ ଏଥିପ୍ରତି ଧ୍ୟାନ ନ ଦେବାକୁ ଅନୁରୋଧ କରିଛନ୍ତି । ଯଦି ଜଣେ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ସାଇବର ଅପରାଧୀମାନେ ଟାର୍ଗେଟ କରି ପାରୁଛନ୍ତି ତେବେ ସାଧାରଣ ଲାକଙ୍କ ଅବସ୍ଥା କ’ଣ ହେବ ତାହା ଚିନ୍ତାଜନକ । କିଛି ଦିନ ତଳେ ଏସିପି ରବିନ୍ଦ୍ର ଶତପଥୀଙ୍କ ଫେସ୍ବୁକ୍ ଆକାଉଣ୍ଟ ହ୍ୟାକ୍ କରି ଏମିତି ଟଙ୍କା ମାଗିଥିଲେ ହ୍ୟାକର୍ । ତା’ଛଡା କିଛି ସାମ୍ବାଦିକ ଓ ନେତା ମଧ୍ୟ ହ୍ୟାକରଙ୍କ ହାବୁଡ଼ରେ ପଡ଼ିଥିଲେ ।










