ଭୁବନେଶ୍ୱର ବିମାନ ବନ୍ଦରରେ ବିଛେଇ ହୋଇ ପଡ଼ିଛି ପିପିଇ କିଟ୍
ଭୁବନେଶ୍ବର:-ଭୁବନେଶ୍ୱର ବିମାନ ବନ୍ଦରରେ ବିଛେଇ ହୋଇ ପଡ଼ିଛି ପିପିଇ କିଟ୍ । ଏହାଛଡା ମାସ୍କ, ଗ୍ଲୋବସ୍ ମଧ୍ୟ ପଡିଥିବା ଦେଖା ଯାଇଛି। ଟର୍ମିନାଲ ଟୁ ରେ ପଡ଼ିଛି । ଗତକାଲି ଅବିଧାବିରୁ ଏକ ଫ୍ଲାଇଟ୍ ଶହେ ଏକସ୍ତରୀ ଜଣ ଯାତ୍ରୀଙ୍କୁ ନେଇ ବିମାନ ଆସିଥିଲା। ସେମାନଙ୍କ ମଧ୍ୟରୁ କିଛି ଯାତ୍ରୀମାନେ ଏଣେତେଣେ ଫିଙ୍ଗିଥିବା ଅନୁମାନ କରାଯାଉଛି । କିଛି ଯାତ୍ରୀ ଡଷ୍ଟ୍ବିନ୍ରେ ବ୍ୟବହାର ହୋଇଥିବା ପିପିଇ କିଟ୍ ପକାଉଥିବା ବେଳେ ଆଉ କିଛି ଯାତ୍ରୀ ବାହାରେ ପିଙ୍ଗି ଦେଉଛନ୍ତି। ତେବେ ସିଆଇଏସଫ ସିକ୍ୟୁରିଟି ଧ୍ୟାନ ଦେଲେ ଯାତ୍ରୀ ପିପିଇ କିଟ୍କୁ ବାହାରେ ଫିଙ୍ଗିବା ଲାଗି ସାହସ କରନ୍ତେ ନାହିଁ ।










