ବିକାଶ ଦୁବେକୁ କିପରି କରାଗଲା ଏନକାଉଣ୍ଟର ?
କାନପୁର, :-ମୋଷ୍ଟଓ୍ୱାଣ୍ଡେଡ୍ ବିକାଶ ଦୁବେ ଏନକାଉଣ୍ଟରରେ ପ୍ରାଣ ହରାଇଛି । କାନପୁରର ବିକରୁ ଗ୍ରାମରେ ଗତ ୨ ତାରିଖରେ ୮ ପୋଲିସ କର୍ମଚାରୀଙ୍କୁ ହତ୍ୟା ମାମଲାରେ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ନେଇଛି । ବିକାଶ ଉପରେ ୫ ଲକ୍ଷର ପୁରସ୍କାର ରାଶି ଥିଲା । ଉଜ୍ଜୟିନୀରୁ କାନପୁର ନେବା ବାଟରେ ଫେରାର ହେବାକୁ ଚେଷ୍ଟା କରିଥିଲା ବିକାଶ । ତେଣୁ ପୋଲିସକୁ ବାଧ୍ୟ ହୋଇ ଏନକାଉଣ୍ଟର କରିବାକୁ ପଡିଥିଲା ।
ବିକାଶର ଏନକାଉଣ୍ଟରକୁ ନେଇ କାନପୁର ପୋଲିସ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ, ବିକାଶକୁ ଉଜ୍ଜୟିନୀରେ ଗିରଫ କରାଯିବା ପରେ ଏସଟିଏଫ ଟିମ୍ ଶୁକ୍ରବାର ସକାଳେ କାନପୁର ନଗର ଅଣାଯାଉଥିଲା । କାନପୁର ନଗରର ଭୌତି ନିକଟରେ ପୋଲିସର ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିା । ବିକଶ ଓ ପୋଲିସ କର୍ମୀ ଏଥିରେ ଆହତ ହୋଇଥିଲେ । ଏହି ସମୟରେ ବିକାଶ ଆହତ ପୋଲିସ କର୍ମୀଙ୍କ ବନ୍ଧୁକ ଛଡାଇବାକୁ ଚେଷ୍ଟା କରିଥିଲା । ସେଠାରୁ ଖସିଯିବାକୁ ଉଦ୍ୟମ କରିଥିଲା । ପୋଲିସ ତାକୁ ପିଛା କରି ଆତ୍ମସମର୍ପଣ କରିବାକୁ କହିଥିଲା । କିନ୍ତୁ ସେ ପୋଲିସ ଉପରକୁ ଓଲଟା ଗୁଳି ଚଳାଇଥିଲା । ପୋଲିସ ଆତ୍ମରକ୍ଷା ଲାଗି ପାଲଟା ଆକ୍ରମଣ କରିଥିଲା । ଏଥିରେ ବିକାଶ ଗୁରୁତର ହୋଇ ପଡିଥିଲା ।
ପୋଲିସର କହିବାନୁସାରେ, ବିକାଶକୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସିତ ହେଉଥିବା ବେଳ ବିକାଶ ପ୍ରାଣ ହରାଇଥିଲା ।










