ଖସିଲା ମଦ ଉପରେ ଲାଗୁଥିବା ସ୍ୱତନ୍ତ୍ର କୋଭିଡ ଶୁଳ୍କ: ଅତିରିକ୍ତ ୫୦% ନୁହେଁ, ୧୫% ଶୁଳ୍କରେ ମିଳିବ ମଦ

ଭୁବନେଶ୍ବର:-ରାଜ୍ୟରେ କରୋନା କଟକଣା ଯୋଗୁଁ ମଦ ଉପରେ ରାଜ୍ୟ ଅବକାରୀ ବିଭାଗ ଅତିରିକ୍ତ ଶୁଳ୍କ ଜାରି ଜାରି କରିଥିଲେ। ବୁଧବାର ରାଜ୍ୟ ସରକାରଙ୍କ ଅନୁମତି କ୍ରମେ ମଦ ଉପରେ ଲାଗୁଥିବା ସ୍ୱତନ୍ତ୍ର କୋଭିଡ ଶୁଳ୍କକୁ ହ୍ରାସ କରିଛନ୍ତି। ପୂର୍ବରୁ ମଦ ଦର ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁଥିଲା କିନ୍ତୁ ବର୍ତ୍ତମାନ ସେହି ଶୁଳ୍କ ହ୍ରାସ କରି ୧୫ ପ୍ରତିଶତକୁ ଖସି ଆସିଛି।ଅନ୍ୟ ରାଜ୍ୟରେ ମଦ ଶୁଳ୍କ ହ୍ରାସ ପାଉଥିବା ବେଳେ ଆଜି ରାଜ୍ୟ ସରକାର ମଦ ଶୁଳ୍କ ହ୍ରାସ କରିଛନ୍ତି। ଏହି ମଦ ଉପରେ ନିଆଯାଉଥିବା ଅତିରିକ୍ତ ଶୁଳ୍କ ଯୋଗୁଁ ରାଜ୍ୟକୁ ମିଳିଛି ୨୦୦ କୋଟି ଟଙ୍କା।

Leave a Reply

Your email address will not be published. Required fields are marked *