ମୁହଁ ଖୋଲିଲା ବିକାଶ ଦୁବେ, କହିଲା ପେଟ୍ରୋଲ ଢାଳି ପୋଡିଥାନ୍ତା ୮ପୋଲିସବାଲାଙ୍କ ଶବ,

ଉଜ୍ଜୈନ:-ମଧ୍ୟପ୍ରଦେଶ ଉଜ୍ଜୈନରୁ ଗିରଫ ଉତ୍ତରପ୍ରଦେଶ ଗ୍ୟାଙ୍ଗଷ୍ଟର ବିକାଶ ଦୁବେକୁ ପୋଲିସ ପଚରା ଉଚରା ଚାଲିଛି। ଏଥିରେ ସେ ଯାହା କହିଛି ଯାଞ୍ଚକାରୀ ଅଧିକାରୀଙ୍କ ମଥା ଘୁରେଇ ଦେଇଛି। ସେ ପୋଲିବାଲାଙ୍କୁ ହତ୍ୟା କରି ସେମାନଙ୍କ ଶବକୁ ପେଟ୍ରୋଲ ଢାଳି ପୋଡିଥାନ୍ତା। ଏଥିଲାଗି ସବୁ ପ୍ରସ୍ତୁତ ରଖିଥିଲା। ହେଲେ ସେ ଏପରି କରିପାରିନଥିଲା ବୋଲି କହିଛି । ତେବେ ସେ ଡିଏସପି ଦେବେନ୍ଦ୍ର ମିଶ୍ରଙ୍କୁ ହତ୍ୟାକରିବାର କାରଣ ସମ୍ପର୍କରେ ଯାହା କହିଛି ତାହା ବାସ୍ତବିକ୍ ଆଶ୍ଚର୍ଯ୍ୟଜନକ।

ବିକାରୁ ଗାଁରେ ହୋଇଥିବା ପୋଲିସ ଗଣ ସଂହାରରେ ଡିଏସପି ଦେବେନ୍ଦ୍ର ମିଶ୍ରଙ୍କ ସମେତ ୮ ଜଣ ପୋଲିସ କର୍ମଚାରୀ ଶହିଦ ହୋଇଥିଲେ। ତେବେ ଏଥିଲାଗି ବିକାଶ ଯେଉଁ କାରଣ କହିଛି ତାହା ସେପରି ଗୁରୁତର ମନେ ହେଉ ନାହିଁ। ପୋଲିସ ତାକୁ ଗିରଫ କରିବାକୁ ଆସୁଥିବାର ପୂର୍ବରୁ ସେ ଥାନାରୁ ସୂଚନା ପାଇ ସାରିଥିଲା। ଏଣୁ ପାନେ ଚଖାଇବା ଲାଗି ସେ ଜେସିବିରେ ରାସ୍ତା ଅଟକାଇଥିଲା। ପୋଲିସ ଗାଡି ପହଞ୍ଚିବା ମାତ୍ରେ ଆମ୍ବୁସ୍‌ କରିଥିଲା।

ଡିଏସପି ଦେବେନ୍ଦ୍ର ମିଶ୍ରଙ୍କ ସହ ତାର ପଡୁ ନଥିଲା। ସେ ତାକୁ ବାରମ୍ବାର ଧମକାଉଥିଲେ ଓ ସୁଯୋଗ ପାଇଲେ ତାର ଅପରାଧ ନିଶା ଛଡାଇ ଦେବେ ବୋଲି କହୁଥିଲେ। ତେବେ ତା ପୂର୍ବରୁ ସେ ତାଙ୍କୁ ରାସ୍ତାରୁ ହଟାଇ ଦେଇଛି ବୋଲି ପୋଲିସକୁ କହିଛି। ଲକଡାଉନ ସମୟରେ ବିକାରୁ ଆଖାପାଖ ଅଞ୍ଚଳର ଥାନା କର୍ମଚାରୀଙ୍କୁ ସେ ଅନେକ ସହାୟତା କରିଛି। ଏଣୁ ତା ଗିରଫ ସମ୍ପର୍କରେ ସୂଚନା ମିଳିବାମାତ୍ରେ ଥାନା କର୍ମଚାରୀମାନେ ଜଣାଇ ଥିଲେ ବୋଲି ସେ ପୋଲିସ ପଚରା ଉଚୁରାରେ କହିଛି। ତେବେ ଘଟଣା ପଛରେ ଅନେକ କିଛି ଥିବାର ଏବେ ସନ୍ଦେହ କରାଯାଉଛି।

Leave a Reply

Your email address will not be published. Required fields are marked *