ସୁଶାନ୍ତ ରାଜପୁତଙ୍କ ମୃତ୍ୟୁ ରହସ୍ୟ : ଭୌତିକ ବିଶାରଦ କହିଲେ କଳା କୁର୍ତ୍ତା ପିନ୍ଧି ଆସିଥିଲା ଅଭିନେତାଙ୍କ ହତ୍ୟାକାରୀ

ମୁମ୍ବାଇ:-ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ତାଙ୍କ ପ୍ରଶଂସକଙ୍କୁ ଗଭୀର ଧକ୍କା ଦେଇଛି। ଗୋଟିଏ ପଟେ ସୁଶାନ୍ତଙ୍କ ପୋଷ୍ଟମର୍ଟମ ରିପୋର୍ଟ ସୁଶାନ୍ତଙ୍କ ଆତ୍ମହତ୍ୟାକୁ ସ୍ପଷ୍ଟ କରୁଥିବାବେଳେ ଏପରି କିଛି ପ୍ରଶ୍ନ ଉଠିଛି ଯାହା ସୁଶାନ୍ତଙ୍କ ହତ୍ୟା ଆଡ଼କୁ ଈଶାରା କରୁଛି।

ସୁଶାନ୍ତଙ୍କ ପ୍ରଶଂସକ ଏହା ମାନିବାକୁ ନାରାଜ ଯେ ସୁଶାନ୍ତ ଭଳି ଖୁସମିଜାଜ ଏବଂ ଷ୍ଟ୍ରଙ୍ଗ୍ ମଣିଷ କିପରି ସୁଇସାଇଡ କରିପାରିଲେ। ଏହି କାରଣ ଯୋଗୁଁ ସୁଶାନ୍ତଙ୍କ ପ୍ରଶଂସକ ନିଜ ପ୍ରିୟ ସୁପରଷ୍ଟାରଙ୍କ ମୃତ୍ୟୁର ସତ ଜାଣିବା ପାଇଁ ପୋଲିସ ତଦନ୍ତ ବ୍ୟତୀତ ଆହୁରି ଅପ୍ସନ ଖୋଜୁଛନ୍ତି। ଏହି ଅପସନ୍ ମଧ୍ୟରୁ ଗୋଟିଏ ହେଉଛି ପାରାନର୍ମାଲ୍ ରିସର୍ଚ୍ଚ ବା ଭୌତିକ ଗବେଷଣା।

ପାରାନର୍ମାଲ୍ ରିସର୍ଚ୍ଚ ସହ ଜଡ଼ିତ ଏକ ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି ଯେଉଁଥିରେ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଅନେକ ଖୁଲାସା କରାଯାଇଛି। ଏହି ଭିଡିଓରେ କସ୍ମୋ ପାରାନର୍ମାଲ୍ ଆଣ୍ଡ ଘୋଷ୍ଟ ହଣ୍ଟିଂ ସୋସାଇଟି ଅଫ୍ ଇଣ୍ଡିଆ-ୟୁକେ-ୟୁଏସଏର ଜଣେ ବ୍ୟକ୍ତି ପ୍ରସିଦ୍ଧ ପାରାନର୍ମାଲ ଏକ୍ସପର୍ଟସ ଶନ୍ ଲର୍ସନ ଏବଂ ଟ୍ରାମା ଲର୍ସନଙ୍କ ସହ କଥା ହୋଇଛନ୍ତି। ସେମାନେ ଅପ୍ରାକୃତିକ ଶକ୍ତି କିମ୍ବା ଅଶରୀରି ଉପରେ ଗବେଷଣା କରନ୍ତି।

ଏହି ଭିଡିଓରେ ଏକ୍ସପର୍ଟ କହିଛନ୍ତି ଯେ ସେ ସୁଶାନ୍ତଙ୍କ ଆତ୍ମା ସହ କଥା ହୋଇଛନ୍ତି ଏବଂ ସୁଶାନ୍ତ ନିଜେ ତାଙ୍କୁ କହିଛନ୍ତି ଯେ ସୁଶାନ୍ତ ଆତ୍ମହତ୍ୟା କରିନାହାନ୍ତି। ଏହାର ଅର୍ଥ ସୁଶାନ୍ତ ଆତ୍ମହତ୍ୟା କରି ନାହାନ୍ତି ବରଂ ତାଙ୍କର ହତ୍ୟା କରାଯାଇଛି। ଏକ୍ସପର୍ଟଙ୍କ କହିବା ଅନୁସାରେ ବର୍ତ୍ତମାନ ସେ ଜାଣି ନାହାନ୍ତି ଯେ ସୁଶାନ୍ତଙ୍କୁ କିଏ ମାରିଛନ୍ତି କିନ୍ତୁ ସେ ଏତିକି କହି ପାରିବେ ଯେ ସୁଶାନ୍ତଙ୍କୁ ଜଣେ ପୁରୁଷ ହତ୍ୟା କରିଛନ୍ତି ଏବଂ ସେହି ବ୍ୟକ୍ତି ହତ୍ୟା କରିବା ସମୟରେ କଳା ଶାର୍ଟ ପିନ୍ଧିଥିଲେ। ଏହା ସହିତ ସେ କହିଛନ୍ତି ଯେ ଖୁବ୍ ଶୀଘ୍ର ସତ୍ୟର ପର୍ଦ୍ଦାଫାସ କରି ସୁଶାନ୍ତ ଏବଂ ତାଙ୍କ ପ୍ରଶଂସକଙ୍କୁ ନ୍ୟାୟ ଦେବାକୁ ଉଦ୍ୟମ କରିବେ।

Leave a Reply

Your email address will not be published. Required fields are marked *