ମୋ ସରକାରରେ ସାମିଲ ହେଲା କରୋନା ପରିଚାଳନା

ଭୁବନେଶ୍ୱର:-ରାଜ୍ୟରେ ଦିନକରେ ଆକ୍ରାନ୍ତଙ୍କ ସଂଖ୍ୟା ରେକର୍ଡ ଭାଙ୍ଗିଛି । ଆଜି ୫୭୧ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସ୍ଥାନୀୟ ଅଂଚଳର ୧୬୮ ଜଣ ଅଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଟପିଛି । ଓଡିଶାରେ ଆଉ ୪ ମୁଣ୍ଡ ନେଲା କରୋନା । ଗଞ୍ଜାମରୁ ୩ ଏବଂ କଟକରୁ ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୪୨କୁ ବୃଦ୍ଧି ପାଇଛି । ଅନ୍ୟପଟେ ସେପଟେ କଟକରେ ଆରମ୍ଭ ହୋଇଛି ଆଣ୍ଟିଜେନ ଟେଷ୍ଟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର କରୋନା ସ୍ଥିତି ସମୀକ୍ଷା କରିବା ସହ କୋଭିଡ ପରିଚାଳନାକୁ ମୋ ସରକାରରେ ସାମିଲ କରିବାକୁ ନିର୍ଦେଶ ଦେଇଛନ୍ତି।ମୋ ସରକାରରେ ସାମିଲ ହେଲା ରାଜ୍ୟରେ କରୋନା ପରିଚାଳନା ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟ କୋଭିଡ୍ ମୁକାବିଲା କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି ।  କୋଭିଡ୍ ପରିଚାଳନାକୁ ଅଧିକ ଉତ୍ତରଦାୟୀ କରିବା ପାଇଁ ଏହାକୁ ‘ମୋ ସରକାର’ କାର୍ଯ୍ୟକ୍ରମରେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶଦେଇଛନ୍ତି । କୋଭିଡ୍ ରୋଗୀ ଏବଂକୋଭିଡ୍ ଯୋଦ୍ଧାଙ୍କ ସହିତ ନିୟମିତ ଯୋଗାଯୋଗକରି ସେମାନଙ୍କଠାରୁ  ଫିଡବ୍ୟକ ସଂଗ୍ରହ କରିବେ ଜିଲ୍ଲା କୋଭିଡ୍ ପର୍ଯ୍ୟବେକ୍ଷକ ଓ ବରିଷ୍ଠ ଅଧିକାରୀମାନେ ।  ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନେ ମଧ୍ୟ କୋଭିଡ୍ ଯୋଦ୍ଧା ଓ ରୋଗୀମାନଙ୍କଠାରୁ ଫିଡ୍ ବ୍ୟାକ ସଂଗ୍ରହକରିବେ । କୋଭିଡ ଯୋଦ୍ଧାମାନେ କିପରି ସଂକ୍ରମଣରୁ ସୁରକ୍ଷିତ ରହିବେ ସେଥିପାଇଁ ସେମାନଙ୍କୁ ଉପଯୁକ୍ତ ତାଲିମ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ଥାପିତ କୋଭିଡ୍ କେୟାର ହୋମର ତଦାରଖ ପାଇଁ Online Entry ବ୍ୟବସ୍ଥା କରାଯିବ। ସେହିପରି କୋଭିଡ ହସ୍ପିଟାଲରେ ଆମ୍ବୁଲାନ୍ସ ସେବାକୁ ସୁବ୍ୟବସ୍ଥିତ କରାଯିବ।ମୁଖ୍ୟମନ୍ତ୍ରୀ ସ୍ଥିତିର ସମୀକ୍ଷା ସେହି ସମୟରେ କରିଛନ୍ତି ଯେତେବେଳେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଟପିଛି। ରାଜ୍ୟରେ ଦିନକରେ ରେକର୍ଡ ୫୭୧ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଂଗରୋଧ କେନ୍ଦ୍ରରୁ ୪୦୩ ଆକ୍ରାନ୍ତ ଥିବା ବେଳେ ସ୍ଥାନୀୟ ଅଂଚଳର ୧୬୮ ଜଣ ଅଛନ୍ତ । ଗଂଜାମରୁ ସର୍ବାଧିକ ଆକ୍ରାନ୍ତ ୨୭୩ ଜଣ ଚିହ୍ନଟ ହୋଇଛନ୍ତି ।ସେହିପରି ଆଜି ୪ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ କରୋନା ମୃତ୍ୟୁ ସଂଖ୍ୟା ୪୨କୁ ବୃଦ୍ଧି ପାଇଛି । ବ୍ରହ୍ମପୁରକୁ ୯ରୁ ୧୩ ତାରିଖ ପର୍ଯ୍ୟନ୍ତ ଆଉ ୫ ଦିନ ସଟଡାଉନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ସେହିପରି ଜିଲ୍ଲାର ୫ ବ୍ଲକ ହେଡକ୍ବାର୍ଟର ଏବଂ ସୋରଡା ଏନଏଏସିରେ ମଧ୍ୟ ସଟଡାଉନ ଘୋଷଣା କରାଯାଇଛି।

Leave a Reply

Your email address will not be published. Required fields are marked *