ଶ୍ରୀମନ୍ଦିର ରତ୍ନସିଂହାସନରୁ ପଥର ଗାୟବ!
ପୁରୀ – ସୁରୁଖୁରରେ ଶେଷ ହୋଇଛି ରଥଯାତ୍ରା । ପୁରୀ ବାସୀ ସମ୍ପୂର୍ଣ୍ଣ କଟକଣାକୁ ମାନି ଘରେ ରହି ଦେଇଥିଲେ ଅଦ୍ଭୁତପୂର୍ବ ସମର୍ଥନ । ଏଥିପାଇଁ ସମସ୍ତେ ପୁରୀ ବାସିନ୍ଦା, ସେବାୟତ ଓ ପ୍ରଶାସନକୁ ସାବାସୀ ଦେଇଛନ୍ତି । ତେବେ ଏବେ ଅନ୍ୟ ଏକ କଥା ଶ୍ରୀମନ୍ଦି ପ୍ରତିହାରୀ ସେବାୟତଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି । ରତ୍ନସିଂହାସନରୁ ପଥର ଗାୟବ। ଦେଢ଼ଟି ପଦ୍ମ ପାଖୁଡ଼ା ନଥିବା ଜଣାପଡ଼ିଛି। ପ୍ରତ୍ନତତ୍ୱ ବିଭାଗ ଏହି ପଥର ନେଇଥିବା ଅଭିଯୋଗ କରିଛନ୍ତି ବରିଷ୍ଠ ସେବାୟତ ଇପସିତ ପ୍ରତିହାରୀ।
ଗତକାଲି ରାତ୍ର ପହୁଡ଼ ସମୟରେ ପ୍ରତିହାରୀଙ୍କ ପାଳିଥିଲା। ରତ୍ନସିଂହାସନରେ ବହୁ ପ୍ରାଚୀନ ଦେଢ଼ଟି ପଦ୍ମ ପାଖୁଡ଼ା ପଥର ନଥିବା ସେ ଦେଖିବାକୁ ପାଇଥିଲେ। ଏହା ସହ ଉକ୍ତ ସ୍ଥାନରେ ଗର୍ତ ସୃଷ୍ଟି ହୋଇଥିବା ମଧ୍ୟ ଜଣାପଡ଼ିଛି। ଯାଞ୍ଚ ପାଇଁ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ଏହି ପଥର ଏଏସଆଇକୁ ଦେଇଛନ୍ତି ନା ଯାଞ୍ଚ ଦଳ ନିଜେ ଏହି ପଥର ନେଇଛନ୍ତି ତାହା ସର୍ବ ସମ୍ମୁଖରେ ପ୍ରକାଶ କରିବା ଆବଶ୍ୟକ ବୋଲି ଶ୍ରୀ ପ୍ରତିହାରୀ ଅଭିଯୋଗ ଆଣିଛନ୍ତି। ଗତ ରଥଯାତ୍ରା ସମୟରେ ଏଏସଆଇ ଓ ବିଶେଷଜ୍ଞ ଦଳ ପକ୍ଷରୁ ଶ୍ରୀମନ୍ଦିର ଗର୍ଭଗୃହ, ନାଟମଣ୍ତପ, ଜଗମୋହନ ଓ ରୋଷଘର ଯାଞ୍ଚ କରାଯାଇଥିଲା।