ଆରଟିଓ ୧ ଅଫିସରୁ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର – ଆରଟିଓ ୧ ଅଫିସରୁ କରୋନା ଆକ୍ରାନ୍ତ ଚିହ୍ନଟ। ବସ୍ତି, କଲୋନୀ, ଆପାର୍ଟ;ମେଣ୍ଟ ପରେ ଏବେ ଭୁବନେଶ୍ବର ଆରଟିଓ ୧ ଅଫିସକୁ ପଶିଛି କରୋନା । କରୋନାରେ ଆକ୍ରାନ୍ତ ହେଲେ ଆରଟିଓ କର୍ମଚାରୀ। ଭୁବନେଶ୍ବର ଆରଟିଓ ୧ ର ତିନି ଜଣ କର୍ମଚାରୀଙ୍କଠାରେ କରେନା ପଜିଟିଭ ହୋଇଥିହା ସୂଚନା ମିଳିଛି ।

ଏ ନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଟ୍ୱିଟ କରି ସୁଚନା ଦେଇଛନ୍ତି। କରୋନାରେ ଆକ୍ରାନ୍ତ ହୋଇଥିବା ଏହି କର୍ମଚାରୀ ମାନେ ପ୍ରବାସୀମାନଙ୍କୁ ବିଭିନ୍ନ ସ୍ଥାନକୁ ପଠାଇବା ଦାୟି୍ତ୍ବ ନେଇଥିଲେ। ତେବେ ଏହି ଆକ୍ରାନ୍ତ ମାନେ କାହା କାହା ସଂସ୍ପର୍ଶରେ ଆସିଛନ୍ତି ଓ କାହା ସହ ମିଳାମିଶା କରିଛନ୍ତ ସେ ନେଇ ଚିନ୍ତା ବଢିଛି। ଏବେ ଆର୍‌ଟିଓ ୧ ଅଫିସ୍‌କୁ ସିଲ୍‌ କରାଯାଇଛି ।

ସେହପରି ଆଇସିଆଇସିଆଇ ବ୍ୟାଙ୍କର ମୁଖ୍ୟ ଶାଖାରେ କରୋନା ସଂକ୍ରମିତ ଚିହ୍ନଟ ହେବାପରେ ଏହାକୁ ସିଲ୍‌ କରାଯାଇଛି ।

Leave a Reply

Your email address will not be published. Required fields are marked *