‘ଛେଣ୍ଡିପଦା ରାଣୀ’ ପାଇଁ ବିବାଦରେ ହ୍ୟୁମାନ ସାଗର

ଅନୁଗୋଳ:-ପୁଣି ବିବାଦରେ ‌ଓଡ଼ିଆ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର। ସେ ଗାଇଥିବା ’ଛେଣ୍ଡିପଦା ରାଣୀ’କୁ ନେଇ ସୃଷ୍ଟି ହୋଇଛି ଝଡ଼। ଗୀତକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉଠିଛି ବିରୋଧର ସ୍ୱର। ଗୀତରେ ମୁଖୁଡ଼ାରେ ସ୍ଥାନୀୟ ମହିଳାଙ୍କ ପ୍ରତି ଏମିତି ଆପତ୍ତିଜନକ ଶବ୍ଦ ବ୍ୟବହାର ଏବଂ ସେମାନଙ୍କ ସ୍ୱାଭିମାନ ଓ ସମ୍ମାନରେ ଆଞ୍ଚ ଆଣିଥିବା ଅଭିଯୋଗ ହୋଇଛି। ଏନେଇ ଛେଣ୍ଡିପଦା ଯୁବ ମଞ୍ଚ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି ।

ଏଭଳି ଗୀତ ନାରୀ ବିରୋଧୀ ଓ ହ୍ୟୁମାନ ସାଗର ଭୁଲ ମାଗନ୍ତୁ ବୋଲି ଦାବି କରାଯାଇଛି। ଏଥିସହ ଗୀତକୁ ବ୍ୟାନ୍‌ କରାଯାଉ। ସଙ୍ଗୀତ ନିର୍ଦ୍ଦେଶକ, ଗୀତିକାର ଏବଂ ପ୍ରଯୋଜକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରାଯାଇଛି। ଯଦି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ନଯାଏ ତେବେ ଆମେ ରାସ୍ତାକୁ ଓହ୍ଲାଇବୁ ବୋଲି ଚେତାବନୀ ଦିଆଯାଇଛି । ସେହିପରି ସୋଶାଲ ମିଡିଆରେ ଏହି ଗୀତ ସେଆର ନକରିବାକୁ ମଞ୍ଚ ପକ୍ଷରୁ ନିବେଦନ କରାଯାଇଛି। ସେହିପରି ଜିଲ୍ଲାରେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମରେ ହ୍ୟୁମାନ ସାଗରଙ୍କୁ  ପ୍ରଦର୍ଶନ କରାଇ ଦିଆଯିବ ନାହିଁ ବୋଲି କୁହାଯାଇଛି।ପୂର୍ବରୁ  ‘ଝିଅ ନୁହେଁ ତୁ କରୋନା ଭାଇରସ୍‌’ ଗୀତ ଗାଇ ବିବାଦଘେରରେ ଛନ୍ଦି ହୋଇଥିଲେ ହ୍ୟୁମାନ ସାଗର। ଏନେଇ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପୁଲିସରେ ଅଭିଯୋଗ କରାଯାଇଥିଲା। ଥାନାରେ ମାମଲା ମଧ୍ୟ ରୁଜୁ ହୋଇଥିଲା। ଏକ ଅଡିଓ ସଂସ୍ଥା ପକ୍ଷରୁ ଏହି ଗୀତ ପ୍ରସ୍ତୁତ କରାଯାଇଥିବା ବେଳେ ଏହା ୟୁ-ଟ୍ୟୁବ୍‌‌‌‌ରେ ଆସିଥିଲା। ଗୀତକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

Leave a Reply

Your email address will not be published. Required fields are marked *