ଚୀନ୍‌ର ନୂଆ ଷଡ଼ଯନ୍ତ୍ର ପୁଣି ଧମକ : ‘ତିବ୍ଦତ ମାମଲାରେ ମୁଣ୍ଡ ପୂରାଇଲେ ଭାରତର କ୍ଷତି ହେବ

ଚୀନ୍‌ :-ଚାଇନାର କମ୍ୟୁନିଷ୍ଟ ପାର୍ଟି ସହ ଜଡିତ ଏକ ଖବରକାଗଜ ଗ୍ଲୋବାଲ ଟାଇମ୍ସ ପୁଣି ଥରେ ଭାରତକୁ ଧମକ ଦେଇଛି। ଏହି ଖବରକାଗଜକୁ ଚୀନ୍ ସରକାରଙ୍କ ମୁଖପତ୍ର ବୋଲି ମଧ୍ୟ ବିବେଚନା କରାଯାଏ। ଖବରକାଗଜ ଏକ ସମ୍ପାଦକୀୟ ଆର୍ଟିକିଲରେ କହିଛି ଯେ ଭାରତୀୟ ଗଣମାଧ୍ୟମର କିଛି ଅଂଶରେ ଏହି ପ୍ରସଙ୍ଗ ଉଠାଯାଉଛି ଯେ ଭାରତକୁ ତିବ୍ଦତ କାର୍ଡ ବ୍ୟବହାର କରିବା ଉଚିତ। ଖବରକାଗଜ କହିଛି ଯେ ଏହା ଏକ ହଜିଯାଇଥିବା ଏବଂ ଅବୈଧ ଧାରଣା ଅଟେ।

ପ୍ରସ୍ତାବିତ ‘ତିବ୍ଦତ କାର୍ଡ‘ ଭାରତୀୟ ଅର୍ଥନୀତି ପାଇଁ କ୍ଷତିକାରକ’ ଶୀର୍ଷକ ଏକ ଆର୍ଟିକିଲରେ ଖବରକାଗଜରେ କୁହାଯାଇଛି ଯେ, ଭାରତରେ କିଛି ଲୋକଙ୍କର ଏହା ଭାବନା କି- ଚୀନ୍ ସହ ତିକ୍ତତା ସମୟରେ ତିବ୍ଦତ କାର୍ଡ ଦ୍ବାରା ଉପକୃତ ହୋଇପାରେ, ଏହି ଧାରଣା ଏକ ଭ୍ରମ ଅଟେ। ଖବରକାଗଜ ଲେଖିଛି ଯେ, ତିବ୍ଦତ ଚୀନ୍‌ର ଏକ ଆଭ୍ୟନ୍ତରୀଣ ମାମଲା ଏବଂ ଏହି ପ୍ରସଙ୍ଗକୁ ସ୍ପର୍ଶ କରିବା ଉଚିତ୍ ନୁହେଁ।

ଗ୍ଲୋବାଲ ଟାଇମ୍ସ ମଧ୍ୟ ତିବ୍ଦତର ଅଗ୍ରଗତି ବିଷୟରେ ବି ଲେଖିଛି। ଦାବି କରାଯାଇଛି ଯେ, ନିକଟ ଅତୀତରେ ତିବ୍ଦତ ସ୍ୱୟଂଶାସିତ ଅଞ୍ଚଳରେ ତୁଳନାତ୍ମକ ଭାବେ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ତିବ୍ଦତ ଅଞ୍ଚଳରେ ଏକ ସ୍ଥିର ସାମାଜିକ ପରିବେଶ ସୃଷ୍ଟି ପାଇଁ ଦ୍ରୁତ ବିକାଶ ଏକ ଉତ୍ତମ ଭିତ୍ତିଭୂମି। ଚାଇନାର ଇଂରାଜୀ ଖବରକାଗଜ କହିଛି ଯେ ‘ତଥାକଥିତ’ ତିବ୍ଦତ କାର୍ଡ କେବଳ କିଛି ଭାରତୀୟଙ୍କ କଳ୍ପନାର ଚିତ୍ର ଏବଂ ଏହା ବାସ୍ତବରେ କୌଣସି ଗୁରୁତ୍ୱପୂର୍ଣ୍ଣ ନୁହେଁ।

ଚୀନ୍ ମଧ୍ୟ ଦାବି କରିଛି ଯେ ୨୦୧୯ରେ ତିବ୍ଦତର ଜିଡିପି ୮.୧ ପ୍ରତିଶତ ବୃଦ୍ଧି ପାଇଛି। ତିବ୍ଦତ ଅଞ୍ଚଳ ମଧ୍ୟ ୭୧ଟି ଦେଶ ସହିତ ବାଣିଜ୍ୟିକ ସମ୍ପର୍କ ସ୍ଥାପନ କରିଛି। ନେପାଳ ସହିତ ତିବ୍ଦତର ବାଣିଜ୍ୟ ୨୬.୭% ବୃଦ୍ଧି ପାଇଛି । ଗ୍ଲୋବାଲ ଟାଇମ୍ସ ଲେଖିଛି ଯେ ଚୀନ୍ ବିରୋଧୀ କେତେକ ବାହିନୀ ତିବ୍ଦତ ପ୍ରସଙ୍ଗକୁ ବ୍ୟବହାର କରି ଚୀନ୍‌ର ଏକ ଚାଇନା ନୀତି ବିରୋଧରେ ଉତ୍ତେଜନା ସୃଷ୍ଟି କରୁଛନ୍ତି। କିନ୍ତୁ ଏହିପରି ଶବ୍ଦ ଅପେକ୍ଷା ଫ୍ୟାକ୍ଟ ଅଧିକ ପ୍ରଭାବଶାଳୀ ।

ଚୀନ୍ କହିଛି ଯେ ଯଦି ତିବ୍ଦତର ଅର୍ଥନୀତି ଦ୍ରୁତ ଗତିରେ ବଢୁଛି।ତେବେ ସମାଜରେ ସ୍ଥିରତା ରହିବ। ଏହାଦ୍ବାରା ଚୀନ୍ ଏବଂ ଭାରତର ବାଣିଜ୍ୟ ସମ୍ପର୍କକୁ ମଧ୍ୟ ସୁଦୃଢ କରିବ। ଚୀନ୍ କହିଛି ଯେ ତିବ୍ଦତ ଅଞ୍ଚଳରେ ଥିବା ସେହି ରାଜ୍ୟଗୁଡିକର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ଭାରତ ଅଧିକ ଉଦ୍ୟମ କରିବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *