ରାଜ୍ୟରେ ଗାଡ଼ି ଚଳାଚଳ ଉପରୁ ଉଠିଲା କଟକଣା, ଟୁଇଟ୍ କରି ସୂଚନା ଦେଲେ ପୁଲିସ କମିସନର
ଭୁବନେଶ୍ବର : ରାଜ୍ୟରେ ଗାଡ଼ି ଚଳାଚଳ ଉପରୁ ହଟିଲା କଟକଣା। ଏଣିକି ୨ ଚକିଆ ଓ ୪ ଚକିଆ ଯାନବାହାନ ବିନା କଟକଣାରେ ଚାଲିପାରିବ। ପୂର୍ବ ୩ ପର୍ଯ୍ୟାୟ ଲକଡାଉନ୍ ସମୟରେ ରାଜ୍ୟ ସରକାର ଜାରି କରିଥିବା ଏହି କଟକଣାକୁ ଏବେ କୋହଳ କରାଯାଇଛି। ଆଜି ଏହି ସୂଚନା ଟୁଇଟ୍ କରି ଦେଇଛନ୍ତି ପୁଲିସ କମିସନର ଡ.ସୁଧାଂଶୁ ଷଡ଼ଙ୍ଗୀ। ତାଙ୍କ ଟୁଇଟ୍ ଅନୁସାରେ ସମସ୍ତ ସରକାରୀ,ଘରୋଇ,ବ୍ୟାବସାୟିକ ଯାନବାହନ ଚଳାଚଳ ଉପରେ ଥିବା କଟକଣା ଓଡ଼ିଶାରୁ ଉଠିଯାଇଛି। ଏଥିସହ ସେ ଭୁବନେଶ୍ବର-କଟକ ସହରବାସୀଙ୍କୁ ସାମାଜିକ ଦୂରତ୍ବ ବଜାୟ ରଖି ଟ୍ରାଫିକ ନିୟମ ମାନି ସୁରକ୍ଷିତ ଭାବେ ଗାଡ଼ି ଚଳାଇବାକୁ ଅନୁରୋଧ କରିଚନ୍ତି। ତେବେ ରାଜ୍ୟବାହାରକୁ ଗାଡ଼ିରେ ଯାତ୍ରା କରିବା ଏ ଯାବତ୍ କଟକଣା ମୁକ୍ତ ହୋଇନାହିଁ। ସେହିପରି ସାଧାରଣ ପରିବହନ ବ୍ୟବସ୍ଥା ଅନ୍ତର୍ଗତ ବସ୍ ଓ ଅଟୋରିକ୍ସା ଚଳାଚଳ ଉପରୁ କଟକଣା ହଟିଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।
ସେହିପରି ସରକାରୀ ଅଫିସକୁ ପୂର୍ଣ୍ଣ ରୂପରେ କାର୍ଯ୍ୟକ୍ଷମ କରିବାକୁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର | ଏଣିକି ଆଉ ୩୦ ପ୍ରତିଶତଙ୍କୁ ନେଇ କାମ ହେବନାହିଁ ବରଂ ସମସ୍ତ କର୍ମଚାରୀ ଅଫିସ ଯିବେ | ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି | ଏହି ଚିଠିରେ କୁହାଯାଇଛି ଯେ ଆସନ୍ତାକାଲିଠାରୁ ଅର୍ଥାତ ମେ ୧୯ଠାରୁ ସମସ୍ତ କର୍ମଚାରୀ ଅଫିସ ଯିବେ | ତେବେ କର୍ମଚାରୀମାନେ ସାମାଜିକ ଦୂରତାକୁ କିଭଳି ପାଳନ କରିବେ ସେ ନେଇ ଯତ୍ନବାନ ହେବାକୁ ଚିଠିରେ କୁହାଯାଇଛି |
ତେବେ ସମସ୍ତ ବିଭାଗ ପାଇଁ କିଛି ନିୟମ ମଧ୍ୟ ଜାରି କରାଯାଇଛି | ନିୟମ ମୁତାବକ ଯଦି କେହି କର୍ମଚାରୀଙ୍କର ଥଣ୍ଡା ଜନିତ ସମସ୍ୟା ଥିବ ବା ଶ୍ୱାସକ୍ରିୟାରେ ସମସ୍ୟା ଥିବ ତେବେ ସେମାନେ ଅଫିସ ନ ଆସି ଛୁଟିରେ ରହିବେ | ସେହିପରି କଣ୍ଟେନମେଣ୍ଟ ଜୋନରେ ରହୁଥିବା ସରକାରୀ କର୍ମଚାରୀମାନେ ଅଫିସ ଆସିବେ ନାହିଁ










