ଚୌଦ୍ୱାର ଜେଲ୍‌ରେ ପଶିଲା କରୋନା

କଟକ:- କଟକ ଚୌଦ୍ୱାର ଜେଲ୍‌ର ଜଣେ ୱାର୍ଡର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଜଣଙ୍କ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ଡ୍ୟୁଟି କରିଥିଲେ। ଚୌଦ୍ୱାର ଜେଲ୍ ଅଧୀକ୍ଷକ ଶୁଭକାନ୍ତ ମିଶ୍ର ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ ହରିହର କ୍ୟାନସର ହସ୍ପିଟାଲରେ ଜଣେ କଏଦୀଙ୍କ ଚିକିତ୍ସା ଚାଲିଥିଲା। ସେଠାରେ ୪ ଜଣ ୱାର୍ଡର ଡ୍ୟୁଟି କରିଥିଲେ। ଡ୍ୟୁଟି କରିଥିବା ୪ଜଣ ୱାର୍ଡରଙ୍କ ମଧ୍ୟରୁ ଜଣଙ୍କର ସ୍ୱାବ ରିପୋର୍ଟ ପଜିଟିଭ ଆସିଛି।ଏହା ଜଣାପଡ଼ିବା ପରେ ଜେଲ୍ ଓ ବାରାକ୍ ଷ୍ଟାଫଙ୍କ ସ୍ୱାବ ଟେଷ୍ଟ ପାଇଁ ପ୍ରଶାସନକୁ ଲେଖିଛନ୍ତି ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ। ଏହାସହ ଜେଲ୍ ପ୍ରବେଶ ପୂର୍ବରୁ ନୂଆ ଅନ୍ତେବାସୀଙ୍କ ସ୍ୱାବ ଟେଷ୍ଟ ହେବ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *